ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଫି ହ୍ରାସ ନିର୍ଦେଶ ନମାନିଲେ ବେସରକାରୀ ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର ଲାଗି ଉଚ୍ଚ ନ୍ୟାୟାଳୟ ଯିବାକୁ ଓଡ଼ିଶା ଅଭିଭାବକ ମହାସଂଘର ଚେତାବନୀ

କଟକ: କରୋନା ମହାମାରୀରେ ଆର୍ଥିକ ସମସ୍ୟାକୁ ନେଇ ବେସରକାରୀ ସ୍କୁଲରେ ଫି ଆଦାୟକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ରାଜ୍ୟ ସରକାର ପୂର୍ବରୁ ହୋଇଥିବା ଏମ ଓ ୟୁ କୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶନାମା ଜାରି କରି ସାରିଛନ୍ତି। ହେଲେ କଟକରେ ପ୍ରାଇଭେଟ ସ୍କୁଲଗୁଡ଼ିକ ଏହି ନିର୍ଦେଶ କାର୍ଯ୍ୟକାରୀ କରୁନାହାନ୍ତି। ତେଣୁ ଆଜି ଏହି ପରିପ୍ରେକ୍ଷୀରେ ଓଡ଼ିଶା ଅଭିଭାବକ ମହାସଂଘ କଟକ ଗାନ୍ଧୀଭବନ ଠାରେ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ କଟକ ଜିଲ୍ଲାରେ ଯେଉଁ ସ୍କୁଲମାନେ ଏହି ନିର୍ଦେଶ ମାନୁନାହାନ୍ତି, ଜିଲ୍ଲାଶିକ୍ଷାଧିକାରୀ ସେମାନଙ୍କ ତାଲିକା ଦିଅନ୍ତୁ ଓ ଜିଲ୍ଲାପାଳ ତାଙ୍କର ସ୍ୱୀକୃତି ପ୍ରତ୍ୟାହାର ପାଇଁ ସରକାରଙ୍କୁ ସୁପାରିଶ କରନ୍ତୁ।

କମ ପିଲା ସଂଖ୍ୟା ଦର୍ଶାଇ ରାଜ୍ୟ ସରକାର ଏଗାର ହଜାରୁ ଅଧିକ ସରକାରୀ ସ୍କୁଲ ବନ୍ଦ କରିବାକୁ ଯେଉଁ ଅଗଣତାନ୍ତ୍ରିକ ନିଷ୍ପତ୍ତି ନେଇଛନ୍ତି ତାକୁ ପ୍ରଥମେ ସ୍ଥଗିତ କରିବା ସହିତ ନିର୍ବାଚିତ ଜନପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଗ୍ରାମବାସୀଙ୍କୁ ନେଇ ପରାମର୍ଶ ଓ ଆଲୋଚନା କରିବାକୁ ପୂର୍ବରୁ ଦାବି କରି ଆସିଛି। ଏହି ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ରାଜ୍ୟରେ ଡ୍ରପ ଆଉଟ ସଂଖ୍ୟା ଅନେକ ବଢ଼ିଯିବl ଅଗମ୍ୟ,ଅନୁନ୍ନତ,ସ୍କୁଲ ଝିଅଙ୍କ ଶିକ୍ଷା କ୍ଷେତ୍ରରେ ବ୍ୟାପକ କୁପ୍ରଭାବ ପଡ଼ିବ l ତେଣୁ ଏଭଳି ଜନବିରୋଧୀ, ଶିକ୍ଷା ବିରୋଧୀ ଓ ଅଗଣତାନ୍ତ୍ରିକ ନିଷ୍ପତ୍ତି ସ୍ଥଗିତ ନ ହେଲେ ମହାସଂଘ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବ ବୋଲି ମହାସଂଘ ଚେତାବନୀ ଦେଇଛି।
ଅନ୍ୟ ଏକ ଘଟଣାକ୍ରମରେ ଏସ ସି ବି ମେଡିକାଲ ପବ୍ଲିକ ସ୍କୁଲକୁ ବନ୍ଦ ନିଷ୍ପତ୍ତି ପରିପ୍ରେକ୍ଷୀରେ ସ୍କୁଲର ଅଭିଭାବକମାନଙ୍କୁ ନେଇ ବାଲାଟ ମାଧ୍ୟମରେ ମତାମତ ସଂଗ୍ରହ କରାଯାଇଥିଲା। ଉକ୍ତ ମତାମତ ବାକ୍ସକୁ ତୁରନ୍ତ ଖୋଲାଯାଇ ବହୁସଂଖ୍ୟକ ଅଭିଭାବକଙ୍କ ମତକୁ କାର୍ଯ୍ୟକାରୀ କରିବାକୁ ମହାସଂଘ ଦାବି କରିଛି।
ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଆଇନ ପରାମର୍ଶଦାତା ଆଡ଼ଭୋକେଟ ବିଭୁତି ଭୂଷଣ ଚୌଧୁରୀ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ଓ କଟକ ଜିଲ୍ଲା ଆବାହକ ଗଙ୍ଗାଧର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି