ଦେଶ ବିଦେଶ ମନୋରଞ୍ଜନ

ଫିଲ୍ମ ’83’ ପରେ ରଣବୀରଙ୍କୁ ମିଳିଛି ୫ଟି ବାୟୋପିକ୍ ଅଫର୍, ଖୁବ୍ ଶୀଘ୍ର ହେବ ଘୋଷଣା

ମୁମ୍ବାଇ ୦୧/୦୧: ରଣଭୀର ସିଂ ଫିଲ୍ମ ’83’ରେ ଅଭିନୟ କରି ସମସ୍ତଙ୍କୁ ଇମ୍ପ୍ରେସ୍ କରିଛନ୍ତି। କପିଲ ଦେବଙ୍କ ଗେଟଅପ୍ ରେ ଅଭିନେତା ଚମତ୍କାର ଅଭିନୟ କରିଛନ୍ତି। ୧୯୮୩ କ୍ରିକେଟ୍ ବିଶ୍ୱକପ୍ ବିଜୟର ଐତିହାସିକ ମୂହୁର୍ତ୍ତଗୁଡିକ ଏହି ଫିଲ୍ମରେ ରିକ୍ରିଏଟ୍ କରାଯାଇଛି। ଏହି ଫିଲ୍ମ ପରେ ରଣଭୀରଙ୍କୁ ଅନେକ ବାୟୋପିକ୍ ଅଫର୍ ଆସିଛି।

ରଣଭୀର ନିଜେ ଏକ ଇଣ୍ଟରଭ୍ୟୁରେ ତାଙ୍କୁ ଦିଆଯାଇଥିବା ଫିଲ୍ମ ବିଷୟରେ କହିଛନ୍ତି। ଅଭିନେତା ୫ ଟି ବାୟୋପିକ୍ ଫିଲ୍ମର ଅଫର୍ ପାଇଛନ୍ତି। ସେଥିମଧ୍ୟରୁ ୩ ଟି ସ୍ପୋର୍ଟ୍ସ ସମ୍ବନ୍ଧୀୟ ପର୍ସନାଲିଟି ଉପରେ ଆଧାରିତ। ଏହି ପାଞ୍ଚଟି ବାୟୋପିକକୁ ନେଇ ରଣଭୀରଙ୍କ ଆଲୋଚନା ଚାଲିଛି। ରଣଭୀର ପାରାପ୍ଲେଜିକ୍ ସନ୍ତରଣକାରୀଙ୍କ ଉପରେ ବାୟୋପିକ୍ କରିବାକୁ ଯାଉଛନ୍ତି ବୋଲି ଆଲୋଚନା ହେଉଛି।

ରଣଭୀରଙ୍କୁ ବାୟୋପିକ୍ ବିଷୟରେ ପଚରାଯିବାରୁ, ସେ କହିଛନ୍ତି, ‘ଆମକୁ କିଛି ସମୟ ଦେବା ଉଚିତ୍। ଟିକେ ଅପେକ୍ଷା କରିବା ଜରୁରୀ। ଏହି ପାଞ୍ଚଟି ବାୟୋପିକ୍ ଉପରେ କାମ ଚାଲିଛି । ମୁଁ ଆଶା କରୁଛି ଏଗୁଡିକ ମଧ୍ୟରୁ ଗୋଟିଏ ନିଶ୍ଚିତ ରୂପେ ବହୁତ ଭଲ ହେବ, ଯାହା ଶୀଘ୍ର ଘୋଷଣା ହେବ।’

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ