ଖେଳ ଦେଶ ବିଦେଶ

ଫିଲ୍ମ ‘୮୩’ର ନାଁ ଶୁଣି ଡରିଯାଇଥିଲେ କପିଲ୍ ଦେବ, ଖୁଲାସା କଲେ ଟିମ୍ ଇଣ୍ଡିଆର ଏହି ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ,୨୧/୧୧ : ୧୯୮୩ ବିଶ୍ୱ ବିଜୟୀ ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ ‘୮୩’ ଫିଲ୍ମ ତିଆରି ପାଇଁ ପ୍ରଥମେ ରାଜି ନଥିଲେ । ଭାରତୀୟ ଦଳକୁ ପ୍ରଥମ ବିଶ୍ୱକପ୍ ବିଜୟ ଦେଇଥିବା କପିଲ ଦେବ ନିଜର ଏକ ଅନୁଭବ କହିଛନ୍ତି । ‘ନୋ ଫିଲଟର୍ ନେହା’ ସୋରେ କପିଲ ଅତିଥି ହୋଇ ଆସିଥିବା ବେଳେ ଅନେକ କଥା କହିଛନ୍ତି ।

ଚଳଚ୍ଚିତ୍ର ‘୮୩’ରେ କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର ସିଂ । ରୋମିର ଭୂମିକାରେ ଅଛନ୍ତି ଦୀପିକା ପାଦ୍ୟୁକୋନ୍ । କପିଲ କହିଛନ୍ତି ଯେ, ଯେତେବେଳେ ସେ ରଣବୀର ଓ ଦୀପିକା ବଡ ପରଦାରେ ତାଙ୍କ ଆତ୍ମଜୀବନିରେ ନଜର ଆସିବେ ବୋଲି ଜାଣିବାକୁ ପାଇଥିଲେ କିଛି ମାତ୍ରାରେ ଡରି ଯାଇଥିଲେ ।

କପିଲ କହିଛନ୍ତି ଯେ, ତାଙ୍କୁ ଡର ଲାଗିଥିଲା । କାରଣ ଏହାଦ୍ୱାରା ସେମାନେ କୌଣସି ଖେଳକୁ ନକଲ କରୁଛନ୍ତି । କିନ୍ତୁ ଯେତେବେଳେ ସେ ରଣବୀରଙ୍କ ସହ ସମୟ ବିତାଇଲେ ସେତେବେଳେ ଅଭିନେତା ଓ ଅଭିନେତ୍ରୀ କେତେ ମାତ୍ରାରେ ପରିଶ୍ରମ କରୁଛନ୍ତି ଜାଣିବାକୁ ପାଇଥିଲେ । ଗତବର୍ଷ ଜୁନ-ଜୁଲାଇରେ ରଣବୀର ଓ ଦୀପିକା ଦୈନିକ ୮ ଘଣ୍ଟା ଷ୍ଟାଡିୟମରେ ବିତାଉଥିଲେ । ରଣବୀର ଆହତ ଯେପରି ନହୁଅନ୍ତୁ ସେହି ଚିନ୍ତା ତାଙ୍କୁ ଘାରିଥିଲା । ଏହାପରେ ରଣବୀର ତାଙ୍କ ସହ କିଛି ସମୟ ବିତାଇଥିଲେ . ୭ ୮ ଦିନ ଯାଏଁ ଉଭୟ ଏକାଠି ରହିଥିଲେ । ସେ କିପରି ଖାଆନ୍ତି, କଥା ହୁଅନ୍ତି ସବୁ କଥା ରଣବୀର ପଚାରି ବୁଝିଥିଲେ ।

ରଣବୀର କଣ ଠିକ୍ ଭାବେ ନଟରାଜ୍ ସଟ୍ ଖେଳିପାରୁଛନ୍ତି କି ପ୍ରଶ୍ନରେ କପିଲ କହିଛନ୍ତି ଯେ, ରଣବୀର ବହୁତ ପରିଶ୍ରମ କରିଛନ୍ତି । ଫଟୋରୁ ସବୁ ଠିକ୍ ଜଣାପଡୁଛି ବୋଲି ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ