ଅପରାଧ ରାଜ୍ୟ

ଫିଲ୍ମ ଷ୍ଟାଇଲରେ ହେଉଥିଲା ଚାଲାଣ, ନାକାବନ୍ଦୀ କରି କଫସିରପ୍ ମାଫିଆକୁ କାବୁ କଲା ପୋଲିସ

ବଲାଙ୍ଗୀର ୧୨।୦୬ : ଫିଲ୍ମ ଷ୍ଟାଇଲରେ କଫସିରପ୍ ମାଫିଆକୁ କାବୁ କଲା ପୋଲିସ। ଜନଗହଳି ସ୍ଥାନରେ ନାକାବନ୍ଦି କରିବା ସହ ମାଫିଆଙ୍କୁ ଧରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ବିରୋଧ। କଫସିରପ ମାଫିଆକୁ କାବୁ କଲା ବରଗଡ଼ ପୋଲିସ l ଗୁଳିଚଳାଇ ଗାଡିକୁ କାବୁ କରିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ l ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଭଳିଆମୁଣ୍ଡା ଛକରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି l

ଖବର ଅନୁଯାୟୀ, ୪ ଜଣ ମାଫିଆ କଫସିରଫ ନେଇ ବରଗଡ଼ରୁ ସୋନପୁର ଯାଉଥିଲେ । ଏହି ସମୟରେ ବରଗଡ଼ ଏସପିଙ୍କ ସ୍ୱତନ୍ତ୍ର ସ୍କ୍ୱାର୍ଡ ଦୁଇଟି ଟିମ ଏହି କଫସିରଫ ଚୋରାଚାଲାଣକୁ ଧରିଥିଲେ । ହେଲେ ଯେଉଁସ୍ଥାନରେ ଏହି ଅପରେସନ କରିଥିଲେ ସେଠାରେ ଗାଁର ବହୁ ଘର ଥିବା ସହ ଲୋକଙ୍କ ସହ କିଛି ଅଘଟଣ ଘଟିଥାନ୍ତା । ଯାହା ଏଭଳି ସ୍ଥାନରେ ନାକା କରିବା ଆବଶ୍ୟକତା ନଥିବା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା l ସେପଟେ ଗାଡି ଉପରକୁ ପୋଲିସ ଗୁଲିମାଡ଼ କରିଥିବା ମଧ୍ୟ କହିଛନ୍ତି l ଏନେଇ ୪ ଜଣକ ସହ କଫସିରଫ ବରଗଡ଼ ପୋଲିସ ନେଇକି ଯାଇଥିବା ସହ ଦୁର୍ଘଟଣା ହୋଇଥିବା ଗାଡି ଲୋଇସିଂହା ଥାନା ପୋଲିସ ଜବତ କରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।