ଦେଶ ବିଦେଶ ମନୋରଞ୍ଜନ

ଫିଲ୍ମ ନିର୍ମାତା କମଲ ମିଶ୍ରା ଗିରଫ୍‌, ପତ୍ନୀଙ୍କ ଉପରେ ଚଢାଇ ଦେଇଥିଲେ କାର

ମୁମ୍ଵାଇ ୨୮।୧୦: ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ରା । କମଲଙ୍କ ପତ୍ନୀ (ଜସ୍ମିନ୍‌) କାରରେ ତାଙ୍କ ସ୍ଵାମୀଙ୍କୁ ଅନ୍ୟ ଏକ ମହିଳାଙ୍କ ସହ ରୋମାନ୍ସ କରୁଥିବାର ଦେଖିଥିଲେ। ଏହାକୁ ରୋକିବାକୁ ଚେଷ୍ଟା କରିବାରୁ କମଲ ତାଙ୍କ ପତ୍ନୀଙ୍କ ଉପରେ କାର ଚଢାଇ ଦେଇଥିଲେ । ଗୁରୁବାର ଦିନ ତାଙ୍କ ପତ୍ନୀ ଅଭିଯୋଗ କରିବା ପରେ ତାଙ୍କୁ ପଚରାଉଚରା ପାଇଁ ମୁମ୍ବାଇର ପୋଲିସ ଷ୍ଟେସନକୁ ଅଣାଯାଇଥିଲା। ଏହାକୁ କେନ୍ଦ୍ର କରି ମୁମ୍ବାଇ ପୋଲିସ ଗିରଫ କରିଛି।

୧୯ ଅକ୍ଟୋବରର ଅନ୍ଧେରି (ପଶ୍ଚିମ)ରେ ଥିବା ଏକ ଆପାର୍ଟମେଣ୍ଟର ପାର୍କିଂ ସ୍ଥାନରେ ଏହି ଘଟଣା ଘଟିଥିଲା, ଅଭିଯୋଗ ଅନୁଯାୟୀ, ଯେତେବେଳେ ମିଶ୍ରାଙ୍କ ପତ୍ନୀ ତାଙ୍କୁ କାରରେ ଥିବା ଅନ୍ୟ ଜଣେ ମହିଳାଙ୍କ ସହିତ ଦେଖିଥିଲେ। ଏହାକୁ ରୋକିବାରୁ ସେ ତାଙ୍କ ଉପରେ କାର ଚଡାଇ ଦେଇଥିଲେ।

ଏହାକୁ ନେଇ ଜସ୍ମିନ୍‌ଙ୍କ ଅଭିଯୋଗକୁ ଭିତ୍ତି କରି ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ସମ୍ପୃକ୍ତ ବିଭାଗ ଅଧୀନରେ ଅମ୍ଵୋଲି ପୋଲିସ ଷ୍ଟେସନରେ ମିଶ୍ରା ଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ