ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଫିରିଙ୍ଗିଆ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବିଜୁ କଲ୍ୟାଣ ମଣ୍ଡପ ଠାରେ ଦକ୍ଷତା ବିକାଶ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଛି l ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଓ ବ୍ଲକ ପ୍ରଶାସନ ତରଫରୁ ଆୟଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ନମିତା କହଁର ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ଟ୍ରେଡ୍ ରେ ଛାତ୍ର ,ଛାତ୍ରୀ ମାନେ କିପରି ଦକ୍ଷତା ବୃଦ୍ଧି କରି ପାରିବେ ସେ ନେଇ ବିଭିନ୍ନ ଶିଳ୍ପ ତାଲିମ ପ୍ରତିଷ୍ଠାନ ରୁ ଆସି ଥିବା ଅଧ୍ୟାପକ ମାନେ ସୂଚନା ଦେଇ ଥିଲେ l

କାର୍ଯ୍ୟ କ୍ରମରେ ଫିରିଙ୍ଗିଆ ବ୍ଲକ ର ବିଭିନ୍ନ କାର୍ଯ୍ୟାଳୟ ର ନବମ ଦଶମ ଶ୍ରେଣୀ ଓ ପଞ୍ଚାୟତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଶିଳ୍ପ ନିଯୁକ୍ତି ଓ ବୈଷୟିକ ଶିକ୍ଷା ଉପରେ ଶିକ୍ଷା ଗ୍ରହଣ କରି ଥିଲେ l ଅନ୍ୟ ପଟେ ତାଲିମ ଦାତା ମାନେ ଏହି କାର୍ଯ୍ୟ କ୍ରମ ଦ୍ଵାରା ମେଧା ର ବିକାଶ ହୋଇ ପାରିବ ବୋଲି କହିଥିଲେ l କାର୍ଯ୍ୟ କ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ର ହିସାବ ରକ୍ଷକ ସଚିନ ଯାଠେ , ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର , ଅତିରିକ୍ତ ଯନ୍ତ୍ରୀ ଜୟ ପ୍ରକାଶ ଜେନା , ଓ ଏଲ ଏମ୍ ସଂଗ୍ରାମ କେଶ୍ୱରି ସାହୁ , ବିଭିନ୍ନ ଶିଳ୍ପ ଅନୁଷ୍ଠାନର ଅଧ୍ୟାପକ ଏବଂ ତାଲିମ ଦାତା ଭାବରେ ରବି ନାରାୟଣ ପଣ୍ଡା , କାହୁଁ ଚରଣ ପ୍ରଧାନ , ପ୍ରଶାନ୍ତ କୁମାର ଛୁଆଳ ସିଂ ,ସୁଭସ୍ମିତା ,ରାଧା କାନ୍ତ ପ୍ରଧାନ , ଓ ଅନ୍ୟ ମାନେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ସୁବିଧା କାର୍ଯ୍ୟକ୍ରମ , ଶିକ୍ଷା ର ବିକାଶ ଉପରେ ବୁଝାଇଥିଲେ l କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l