ଅପରାଧ ଦେଶ ବିଦେଶ ରାଜ୍ୟ

ଫିରିଙ୍ଗିଆ କାର୍ଯ୍ୟରତ ସାମ୍ବାଦିକ ତରଫରୁ ଦାବିପତ୍ର

ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟରତ ସାମ୍ବାଦିକ ତରଫରୁ ବ୍ଲକ ସମ୍ମୁଖରେ ଧାରଣାରେ ବସି ଦାବି କଲେ । ସତ୍ୟ ନିର୍ଭକ ନିରପେକ୍ଷ ଖବର ଲୋକଲୋଚନକୁ ଖବର ପ୍ରସାରଣ କରୁଥିବା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କୁ ଗିରଫ ଦାବି ଓ ଗିରଫ ସମୟରେ କରାଯାଇଥିବା ଦୁର୍ବ୍ୟବହାର ବିରୋଧ କରି ଆଜି ଫିରିଙ୍ଗିଆ ବ୍ଲକ କାର୍ଯ୍ୟରତ ସାମ୍ବାଦିକ ତରଫରୁ ବିଡ଼ିଓ ଙ୍କ ଜରିଆରେ ରାଜ୍ୟ ପାଳ ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିବା ନିମନ୍ତେ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି । ଆଜି ସକାଳ ୧୧ ଘଣ୍ଟା ସମୟରେ ଫିରିଙ୍ଗିଆ ବ୍ଲକ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ ଙ୍କ ନେତୃତ୍ବରେ ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି, ସାମ୍ବାଦିକ ଉତ୍ତମ ଖମାରୀ,ହୃରଞନ ସେଠୀ,ମନୋଜ କୁମାର ସାହୁ, ସଞ୍ଜୟ ସାହୁ ସହ ଅନ୍ୟାନ୍ୟ ସାମ୍ବାଦିକ ମାନେ ସାମିଲ ହୋଇଥିଲେ । ସାମ୍ବାଦିକ ମାନେ ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ଅନୁପସ୍ଥିତ ଥିବା ରୁ ହିସାବ ରକ୍ଷକ ଅନୁଗ୍ରହ ସଚିନ ଜାତେ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ