ନୂଆଦିଲ୍ଲୀ ୧୨/୫: IPL କୁ ଭୁଲିପାରୁନାହାଁନ୍ତି ଚେନ୍ନାଇ ସୁପର କିଙ୍ଗସର ଫ୍ୟାନ୍ସ । ପ୍ରଶଂସକମାନେ ଆଇପିଏଲ୍ ସ୍ମୃତିରେ ବୁଡି ରହିଛନ୍ତି । ଦଳକୁ ମନେ ପକାଇ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ ପ୍ରଶଂସକମାନେ । IPLକୁ କରୋନା ଗ୍ରହଣ ଲାଗିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହଁନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ଫ୍ୟାନ୍ସ । ତେବେ ଏମାନଙ୍କ ମୁହଁରେ ହସ ଟିିକିଏ ଫୁଟାଇବାକୁ ଟ୍ୱିଟରରେ ପ୍ରୟାସ କରିଛି ଟିମ୍ CSK ।
ସୋସିଆଲ ମିଡିଆ ଜରିଆରେ ଭିଡିଓ ପୋଷ୍ଟ କରି ପ୍ରଶଂସକଙ୍କୁ ପ୍ରତିଶୃତି ଦେଇଛି CSK । ୫ ମିନିଟର ଏହି ଭିଡିଓରେ ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଶଂସକଙ୍କୁ ଏକ ବାର୍ତ୍ତା ପଠାଇଛି । ଯେ ଆଇପିଏଲ୍ ପୁଣି ଆରମ୍ଭ ହେବା ମାତ୍ରେ ଦଳ ଦୃଢ ଭାବରେ ଫେରି ଆସିବ । ଦଳ ଦୃଢ ପ୍ରତ୍ୟାବର୍ତ୍ତନ ସହ କମବ୍ୟାକ୍ କରିବ ବୋଲି ପ୍ରଶଂସକଙ୍କୁ କୁହାଯାଇଛି । କହିବାକୁ ଗଲେ ଚଳିତ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ସବୁଠୁ ଭଲ ପ୍ରଦର୍ଶନ ସହ ୨ୟ ସ୍ଥାନରେ ରହିଥିଲା ।
7 ଟି ମ୍ୟାଚ ମଧ୍ୟରୁ 5 ଟି ଜିତି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏହି ଭିଡିଓରେ ପ୍ରସ୍ତୁତି ଏବଂ ବିଜୟ ରହିଛି । ଏହି ଭିଡିଓ ଦର୍ଶାଉଛି ଯେ ଦଳ କିପରି ଆଇପିଏଲ୍ ୨୦୨୧ ପାଇଁ ଚେନ୍ନାଇରେ କ୍ୟାମ୍ପ କରିଥିଲା ଏବଂ କ୍ୟାପଟେନ୍ଧୋ କୁଲ କେମିତି ଅଭ୍ୟାସ ପାଇଁ ପ୍ରଥମେ ପହଞ୍ଚିଥିଲେ । ଏହା ପରେ ଦଳର ବିଜୟ ଏବଂ ଖେଳାଳିଙ୍କ ମଧ୍ୟରେ ଥଟ୍ଟା ମଜା ମଧ୍ୟ ଏହି ଭିଡିଓରେ ପ୍ରଦର୍ଶିତ ହୋଇଛି । ପୋଷ୍ଟ ହେବା ପରେ ଭିଡିଓଟିକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ।