ଖେଳ ଦେଶ ବିଦେଶ

ଫିଟନେସ୍ ଟେଷ୍ଟ ପାସ୍ କଲେ ଜାଡେଜା, ଖେଳିବେ ମେଲବର୍ଣ୍ଣ ଟେଷ୍ଟ୍ !

ମେଲବର୍ଣ୍ଣ, ୨୪।୧୨: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫିଟନେସ୍ ଟେଷ୍ଟ୍ ପାସ୍ କରିଛନ୍ତି । ଏହାସହ ସେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ବକ୍ସିଂ ଡେ ଟେଷ୍ଟରେ ସାମିଲ ହେବାକୁ ପ୍ରସ୍ତୁତ ଅଛନ୍ତି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୨୬ରୁ ଆରମ୍ଭ ହେବ । ଭାରତ ପକ୍ଷରୁ ୪୯ଟି ଟେଷ୍ଟରେ ୨୧୩ ଓ୍ୱିକେଟ ନେଇଥିବା ଜାଡେଜା ୧୮୬୯ ରନ୍ କରିଛନ୍ତି । ସେ ପ୍ରଥମ ଟି୨୦ରେ ମାଂସପେସୀ ସମସ୍ୟାର ସମ୍ମୁଖୀନ ହୋଇ ଦଳରୁ ବାଦ୍ ପଡିଥିଲେ ।

ଟିମ୍ ଇଣ୍ଡିଆ ଗୁରୁବାର ଟ୍ରେନିଂ ସେସନରେ ସାମିଲ ହୋଇଥିଲା । ଜାଡେଜା ମଧ୍ୟ ଏଥିରେ ସାମିଲ ହୋଇଥିଲେ । ସେ ପ୍ରଥମେ ନେଟ୍ସରେ ପହଁଚିଥିଲେ । ଏହାପରେ ଫିଟନେସ୍ ଟେଷ୍ଟରେ ଅଂଶ ଗ୍ରହଣ କରିଥିଲେ । ସେ ବ୍ୟାଟକୁ ହାତରେ ଧରି ରନ୍ ନେଇଥିଲେ ।

ଆଡିଲେଡରେ ପ୍ରଥମ ଟେଷ୍ଟ ୮ ଓ୍ୱିକେଟରେ ହାରିବା ପରେ ଦଳ ଏବେ ସିରିଜରେ ୧-୦ରେ ପଛରେ ଅଛି । ବିରାଟ କୋହଲି ପ୍ରଥ ଟେଷ୍ଟ ଖେଳିବା ପରେ ପିତୃତ୍ୱ ଅବକାଶ ନେଇ ଭାରତ ଫେରି ଆସିଛନ୍ତି । ମହମ୍ମଦ ସାମି ଆହତଜନିତ କାରଣ ପାଇଁ ଦଳରୁ ବାଦ୍ ପଡିଛନ୍ତି । ଦଳର ନେତୃତ୍ୱ ନେବେ ଆଜିଙ୍କ୍ୟ ରାହାଣେ ।

ଏହି ପରାଜୟ ପରେ ଦଳରେ ଅନେକ ପରିବର୍ତ୍ତନ ହେବ । ହନୁମା ବିହାରୀଙ୍କ ସ୍ଥାନରେ ଜାଡେଜା ସାମିଲ ହେବେ ବୋଲି କୁହାଯାଉଛି । ପୃଥ୍ୱୀ ଶଙ୍କ ସ୍ଥାନରେ ଶୁଭମନ ଗିଲ୍ ଓ ରିଦ୍ଧିମାନ ଶାହଙ୍କ ସ୍ଥାନରେ ପନ୍ତ ଖେଳିପାରନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ