ଅପରାଧ ରାଜ୍ୟ

ଫାଣ୍ଡି ଭିତରେ ବେଆଇନ ବିବାହ! ପ୍ରଥମ ସ୍ତ୍ରୀ ଥିବା ସତ୍ତ୍ବେ କରାଇଲା ଦ୍ବିତୀୟ ବିବାହ

କେସିଙ୍ଗା : ପ୍ରଥମ ସ୍ତ୍ରୀ ଥିବାବେଳେ ଫାଣ୍ଡି ଭିତରେ ଦ୍ବିତୀୟ ବିବାହ! ଫାଣ୍ଡି ଅଧିକାରୀ ଜଣକ ତାଙ୍କ କର୍ମଚାରୀ ଓ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ନିଜେ ସତ୍ୟପାଠ ଭଳି ବିବାହ କରାଇଛନ୍ତି। ପୁଲିସର ଏହିଭଳି ଆଇନ ବିରୋଧୀ କାର୍ଯ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

ସୂଚନାମତେ, କଳାହାଣ୍ଡି ଜିଲ୍ଲା ବୋର୍ଡ଼ା ଫାଣ୍ଡି ସା‌ପସିଲେଟ ଗ୍ରାମର ସନ୍ତୋଷ ପାଣିଗ୍ରାହୀ କେସିଙ୍ଗାର ରାଜେଶ କରଙ୍କ ଝିଅ ଶ୍ରଦ୍ଧାଞ୍ଜଳିଙ୍କୁ ୫ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ଏକ ୪ ବର୍ଷର ସନ୍ତାନ ରହିଥିବା ବେଳେ ଶ୍ରଦ୍ଧାଞ୍ଜଳି ପୁଣି ଗର୍ଭବତୀ ଅଛନ୍ତି। ହେଲେ ସ୍ୱାମୀ ଅନ୍ୟ ଜାତିର ଆଉ ଜଣେ ବିବାହିତ ମହିଳାଙ୍କୁ ଧରି ଫେରାର୍ ମାରିଥିଲେ। ଘଟଣାକୁ ନେଇ ଶ୍ରଦ୍ଧାଞ୍ଜଳିଙ୍କ ଶ୍ବଶୁର ଘର ଲୋକେ ବୋର୍ଡା ଫାଣ୍ଡିରେ ଅଭିଯୋଗ କରିଥିଲେ। ଫାଣ୍ଡି ପୁଲିସ୍ ଅଭିଯୋଗ ସତ୍ତ୍ବେ ଚୁପ୍ ରହିଥିବା ବେଳେ ଶ୍ରଦ୍ଧାଞ୍ଜଳିଙ୍କ ପରିବାର ବର୍ଗ ଖୋଜାଖୋଜି କରି କଣ୍ଟାବାଞ୍ଜିରୁ ସନ୍ତୋଷ ଏବଂ ସଂପୃକ୍ତ ମହିଳାଙ୍କୁ କାବୁ କରି ପୁଲିସ୍ ଜିମା ଦେଇଥିଲେ। ଏହାପରେ ପୁଲିସ୍ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଶ୍ରଦ୍ଧାଞ୍ଜଳିଙ୍କୁ ଦିନତମାମ ହଇରାଣ କରି ଘରକୁ ଯିବାକୁ କହିଥିଲା। ଏଥିସହ ରାତିରେ ଫାଣ୍ଡି ଭିତରେ ଅଧିକାରୀଙ୍କ ଉପସ୍ଥିତିରେ ସନ୍ତୋଷଙ୍କ ଦ୍ବିତୀୟ ବିବାହ କରାଇଥିଲେ। ପରିବାର ଲୋକ ତଥା ପ୍ରଥମ ସ୍ତ୍ରୀଙ୍କୁ କିଛି ନଜଣାଇ କିଭଳି ପୁଲିସ୍ ଏଭଳି ପଦକ୍ଷେପ ନେଲା ତାହା ଚର୍ଚ୍ଚାର ବିଷୟ ସାଜିଛି। ପୁଲିସ୍‌ର ଏଭଳି କାର୍ଯ୍ୟକୁ ଲୋକେ ନାପସନ୍ଦ କରୁଛନ୍ତି। ଅନ୍ୟପକ୍ଷରେ, ଏସ୍‌ପି ଛୁଟିରେ ଥିବାରୁ ଶୁକ୍ରବାର ପରିବାର ଲୋକ ତାଙ୍କୁ ଭେଟି ନ୍ୟାୟ ଦାବି କରିବେ ବୋଲି ପ୍ରକାଶ କରିଛନ୍ତି। ତେବେ, ଘଟଣା ସମ୍ପର୍କରେ ଏସ୍‌ପିଙ୍କୁ ଫୋନ୍‌ରେ ଜଣାଇ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ, ଏସ୍‌ପି ଅଭିଳାଷ ଜିଙ୍କୁ ପଚାରିବାରୁ ଏଭଳି ହେବାକଥା ନୁହେଁ ବୋଲି ପ୍ରକାଶ କରିଛନ୍ତି। ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।