ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଫାଇଲେରିଆ ଦୂରୀକରଣ ପାଇଁ ୧୦ରୁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ରାଜ୍ୟର ୧୦ଟି ଫାଇଲେରିଆ ପ୍ରବଣ ଜିଲ୍ଲାରେ ଲିମ୍ଫାଟିକ୍ ଫାଇଲେରିଆସିସ୍(ଏଲ୍‌ଏଫ୍‌) ଦୂରୀକରଣ ପାଇଁ ଆସନ୍ତା ୧୦ ତାରିଖରୁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ(ଏମ୍‌ଡିଏ) ଆରମ୍ଭ ହେବ। ଏହି ଅଭିଯାନରେ ୧,୩୬,୦୬,୯୪୮ଜଣ ହିତାଧିକାରୀଙ୍କୁ ଔଷଧ ପ୍ରଦାନ କରାଯିବ। ଔଷଧ ଖୁଆଇବାକୁ ସୁନିଶ୍ଚିତ କରିବା ଲାଗି ୫୧,୩୭୧ ଜଣ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ ଘରକୁ ଘର ଗସ୍ତ କରିବେ। କାର୍ଯ୍ୟକ୍ରମର ତଦାରଖ କରିବା ପାଇଁ ୫,୧୧୧ ଜଣ ସୁପରଭାଇଜରଙ୍କୁ ନି‌ୟୋଜିତ କରାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୨୦୨୭ ସୁଦ୍ଧା ଫାଇଲେରିଆ ଦୂରୀକରଣ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହାର ଗୁରୁତ୍ବକୁ ଉପଲବ୍ଧ କରି ରାଜ୍ୟ ସରକାର ୧୦ଟି ଫାଇଲେରିଆ ପ୍ରବଣ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ବାଲେଶ୍ବର, ଭଦ୍ରକ, ବଲାଙ୍ଗୀର, କଟକ, କଳାହାଣ୍ଡି, କନ୍ଧମାଳ, ଖୋର୍ଧା, ନୟାଗଡ଼, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାରେ ଔଷଧ ପ୍ରଦାନ କରାଯିବ। ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଗୁରୁତର ଅସୁସ୍ଥ ଥିବା ଲୋକଙ୍କ ଛଡ଼ା ଅନ୍ୟମାନେ ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ନିଶ୍ଚିତ ଭାବେ ଔଷଧ ସେବନ କରିବେ।

 ୧.୩ କୋଟି ହିତାଧିକାରୀଙ୍କୁ ଔଷଧ ଖୁଆଇବେ ୫୧ହଜାର ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ
ଆଲ୍‌ବେଣ୍ଡାଜୋଲ୍‌କୁ ଚୋବାଇବେ ଓ ଡିଇସିକୁ ସଂପୂର୍ଣ୍ଣ ଗିଳିବେ
୨୦୨୭ ସୁଦ୍ଧା ଫାଇଲେରିଆସିସ୍‌ର ଦୂରୀକରଣ ଲକ୍ଷ୍ୟ

news-medical.net

ଫାଇଲେରିଆ ଏକ ସାଂଘାତିକ ଜନସ୍ବାସ୍ଥ୍ୟ ସମସ୍ୟା। ଯାହାକି ମଶା କାମୁଡ଼ିବା ଦ୍ବାରା ବ୍ୟାପିଥାଏ। ସାଧାରଣତଃ ପିଲାଦିନେ ଏହା ସଂକ୍ରମିତ ହେଉଥିବା ବେଳେ ପ୍ରାପ୍ତ ବୟସ୍କ ଅବସ୍ଥାରେ ଏହାର ଲକ୍ଷଣ ପ୍ରକାଶ ପାଇଥାଏ। ଏହି ସଂକ୍ରମଣ ଶରୀରର ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଥାଏ। ଯାହାର ଚିକିତ୍ସା କରା ନ ଗଲେ ଏହା ଶରୀରର ବିଭିନ୍ନ ଅଂଶରେ ଫୁଲା ସୃଷ୍ଟି କରିଥାଏ, ଯାହାକି ଆରୋଗ୍ୟସାଧ୍ୟ ନୁହେଁ। ଫାଇଲେରିଆସିସ୍‌ରେ ଆକ୍ରାନ୍ତ ଲୋକମାନେ ହାଇଡ୍ରୋସିଲ(ଅଣ୍ଡକୋଷ ଫୁଲିବା), ଲିମ୍ଫୋଡେମା(ଅଙ୍ଗ ପ୍ରତ୍ୟଙ୍ଗ ପୁଲିବା) ଓ କାଇଲୁରିଆ(ଦୁଗ୍ଧ ରଙ୍ଗର ପରିସ୍ରା) ଭଳି ଅନେକ ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି। ଫାଇଲେରିଆ ନିରୋଧୀ ଔଷଧ ଆଲ୍‌ବେଣ୍ଡାଜୋଲକୁ ଚୋବାଇ ଖାଇବା ସହିତ ଡିଇସିକୁ ସଂପୂର୍ଣ୍ଣ ଭାବେ ଗିଳିବାକୁ ହେବ। ଖାଦ୍ୟ ଖାଇବା ପରେ ଏସବୁକୁ ଖାଇବା ଉଚିତ। ଏହା କୌଣସି ନୂଆ ଔଷଧ ନୁହେଁ ଓ ସାଧାରଣଭାବେ ବ୍ୟବହାର ହେଉଥିବା ଔଷଧ ମଧ୍ୟରୁ ଏହି ୨ଟି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଅତି ନଗଣ୍ୟ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଉପଲକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ହେଲ୍‌ଥ ଷ୍ଟ୍ରାଟେଜିସ ପକ୍ଷରୁ ମିଳିତଭାବେ ଆଜି ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ବିଭାଗୀୟ ସ୍ବତନ୍ତ୍ର ସଚିବ ଡା.ଅଜିତ ମହାନ୍ତି, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର, ଏନ୍‌ଭିବିଡିସିପିର ଯୁଗ୍ମ ନିର୍ଦେଶକ ଡା.ଶୁଭାଶିଷ ମହାନ୍ତି, ସୁଚିତ୍ର ସାମଲ, ଡା.ଅମରେନ୍ଦ୍ରନାଥ ମହାନ୍ତି, ଡା.ରାମଚନ୍ଦ୍ର ରାଉତ, ଅନୁଜ ଭୋଷ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ