ଦେଶ ବିଦେଶ ସ୍ୱାସ୍ଥ୍ୟ

ଫାଇଜର ଟିକା ନେବାର ୩ସପ୍ତାହ ପରେ ନର୍ସ ହେଲେ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଫାଇଜରର କରୋନା ଟିକା ନେବାର ତିନି ସପ୍ତାହ ପରେ ବ୍ରିଟେନର ଜଣେ ନର୍ସ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି।

ବ୍ରିଟେନର ୱେଲ୍ସରେ ବସବାସ କରୁଥିବା ନର୍ସ କହିଛନ୍ତି ଯେ ସେ ଫାଇଜରର ଦ୍ୱିତୀୟ ଟିକା ନେବାକୁ ଅପେକ୍ଷା କରିଥିଲେ। ସେହି ସମୟରେ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ପ୍ରଥମ ଟିକା ନେବା ପରେ ବି କରୋନା ପିଜିଟିଭି ଚିହ୍ନଟ ହେବାରୁ ସେ ଭାଙ୍ଗି ପଡ଼ିଥିଲେ। ମନରେ ତାଙ୍କର ରାଗ ବି ଆସିଥିଲା।

ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଫାଇଜର-ବାୟୋନଟେକ୍ କୋଭିଡ୍-୧୯ ଟିକା ଗ୍ରହଣ କରିବାର ଆଠଦିନ ପରେ ଆମେରିକା କାଲିଫର୍ନିଆର ସାନ ଡିଏଗୋର ଜଣେ ପୁରୁଷ ନର୍ସ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ନର୍ସ ମାଥ୍ୟୁ ଡବ୍ଲ୍ୟୁଙ୍କ ବାହୁରେ ଟିକା ନେବାର ଗୋଟିଏ ଦିନ ପାଇଁ ଯନ୍ତ୍ରଣା ଅନୁଭବ ହୋଇଥିଲା। କିନ୍ତୁ ସେ ଅନ୍ୟ କୌଣସି ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ଭୋଗି ନଥିଲେ। ହେଲେ, ରିପୋର୍ଟ ଅନୁଯାୟୀ ଛଅ ଦିନ ପରେ ସେ ଅସୁସ୍ଥ ହୋଇ ପଡିଥିଲେ।

ଫାଇଜର କମ୍ପାନି ଦାବି କରିଥିଲା ଯେ ଏହି ଟିକା କରୋନାରୁ ରକ୍ଷା ପାଇବା ପାଇଁ ୯୫ ପ୍ରତିଶତ ସଫଳ ରହିଛି। ଏହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ଟୀକାକରଣ ପରେ ରୋଗ ପ୍ରତିରୋଧକ ଶକ୍ତି ପ୍ରସ୍ତୁତ ହେବାରେ ସମୟ ଲାଗିପାରେ। ଏହି କାରଣରୁ ଲୋକମାନଙ୍କୁ ଟୀକାକରଣ ପରେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ନିହାତି ଆବଶ୍ୟକ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ