ଅପରାଧ ଦେଶ ବିଦେଶ

ପ୍ରୟାଗରାଜ ହିଂସାର ମୁଖ୍ୟ ଅଭିଯୁକ୍ତ ଘରକୁ ବୁଲ୍‌ଡୋଜର ଚଢ଼ାଇ ଭାଙ୍ଗିବ ପ୍ରଶାସନ, ଦିନ ୧୧ ସୁଧା ଘର ଛାଡ଼ିବାକୁ ନୋଟିସ୍

ଲକ୍ଷ୍ନୌ: ପ୍ରୟାଗରାଜ ହିଂସାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଜାଭେଦର ସହଯୋଗୀ ଜାଭେଦ ପମ୍ପର ଘର ଉପରେ ବୁଲ୍‌ଡୋଜର ଚଢ଼ାଇବ ପ୍ରୟାଗରାଜ ଡେଭଲପ ଅଥୋରିଟି ବା ପିଡିଏ। ଏଥିପାଇଁ ତା ପରିବାରକୁ ଘର ଛାଡ଼ିବାକୁ ନୋଟିସ ଦିଆଯାଇଛି। ଅତାଲା ଅଞ୍ଚଳରେ ଥିବା ତା ଘର ବାହାର ଗେଟର ପିଡିଏ ନୋଟିସ୍ ଲଗାଇଛି। ଆଜି(ଜୁନ ୧୨) ଦିନ ୧୧ଟା ସୁଧା ଘର ଛାଡ଼ିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜାଭେଦ ପମ୍ପର ଘର ବେଆଇନ ଭାବେ ତିଆରି କରାଯାଇଛି। ବିନା ଅନୁମତିରେ ଘର ତିଆରି କରାଯାଇଛି। ତେଣୁ ଘର ଭଙ୍ଗାଯିବ ବୋଲି ନୋଟିସ୍‌ରେ କୁହାଯାଇଛି। ନିୟମ ଉଲ୍ଲଂଘନ କରି ନିର୍ମାଣ ହୋଇଥିବା ଅନେକ ଘର ଭାଙ୍ଗିବାକୁ ଯୋଜନା କରିଛି ପିଡିଏ।

ଏନେଇ ପିଡିଏ କହିଛି ଯେ ଜାଭେଦକୁ ୨୦୨୨ ମେ ୫ ତାରିଖରେ ବେଆଇନ ନିର୍ମାଣ ପାଇଁ ନୋଟିସ୍ କରାଯାଇଥିଲା। ହେଲେ ସେ ନିର୍ଦ୍ଧାରିତ ସମୟରେ ଉତ୍ତର ଦେଇପାରି ନାହାନ୍ତି କି ଘର ଛାଡ଼ି ନାହାନ୍ତି। ପୁଣ ଜୁନ ୯ରେ ଆଉ ଏକ ନୋଟିସ କରାଯାଇଥିଲେ ବି ସେ କିଛି ଉତ୍ତର ଦେଇନଥିଲେ।

ପୁଲିସର ସୂଚନା ଅନୁସାରେ ପ୍ରୟାଗରାଜରେ ମହମ୍ମଦ ଜାଭେଦ ହିଂସା ପାଇଁ ଆହ୍ୱାନ କରିଥିଲା। ପରମୁହୁର୍ତ୍ତରେ ଏହା ହିଂସାରେ ପରିଣତ ହୋଇଥିଲା। ଏଥିପାଇଁ ଜାଭେଦ ବିରୋଧରେ ଗ୍ୟାଙ୍ଗଷ୍ଟରା ଆକ୍ଟ ଲଗାଯାଇଛି ବୋଲି ପୁଲିସ ସୂଚନା ଦେଇଛି। ଅଟାଲା ଏରିଆରେ ଅଧିକ ହିଂସାକୁ ପ୍ରୋତ୍ସାହନ ଦିଆଯାଇଛି। ହିଂସା ହେବା ପରେ ପ୍ରଶାସନ ବେଆଇନ ନିର୍ମାଣ କାର୍ଯ୍ୟ ଖୋଜିବା ଆରମ୍ଭ କରିଦେଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ