ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରୋତ୍ସାହନ ଅଭାବରୁ ଜିଲ୍ଲାରେ ଆଣ୍ଠେଇଛି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ରାଉରକେଲା: ଶିଳ୍ପକୁ ଅଧିକ ଗୁରୁତ୍ବ ଦିଆଯାଉଥିବା କଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାବି କରୁଛନ୍ତି। ହେଲେ ଉଭୟଙ୍କ ଅବହେଳାରୁ ସୁନ୍ଦରଗଡ଼ ଜିଲ୍ଲାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ସ୍ଥିତି ସାଂଘାତିକ ରୂପ ଧାରଣ କଲାଣି। ଏ ପ୍ରସଙ୍ଗରେ ରାଉରକେଲା ବଣିକ ସଂଘ ଅନେକବାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟର ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଛନ୍ତି। ହେଲେ ଏହି ପ୍ରସଙ୍ଗରେ କେହି ଧ୍ୟାନ ଦେଉ ନାହାନ୍ତି। ନୂଆ ନୂଆ କଟକଣା ସହିତ ପ୍ରୋତ୍ସାହନର ଅଭାବ ଓ ବର୍ଦ୍ଧିତ ବିଜୁଳି ବିଲ୍‌ ମାଡ଼, କଞ୍ଚାମାଲର ଦର ଯୋଗୁ ଜିଲ୍ଲାରେ ଅଧିକାଂଶ ଶିଳ୍ପ ବର୍ଷ ବର୍ଷ ଧରି ରୁଗ୍‌ଣ ସ୍ଥିତିରେ ଚାଲିଛି। ଏହି ସ୍ଥିତିରେ କାରଖାନା ଚାଲୁ ରଖିବାଲାଗି ଅଧିକାଂଶ ମାଲିକ ସକ୍ଷମ ନଥିବାରୁ ଗୋଟିଏ ପରେ ଗୋଟିଏ ଶିଳ୍ପ ବନ୍ଦ ହେବାରେ ଲାଗିଛି।

ଏମିତି ଭାବେ ସୁନ୍ଦରଗଡ଼ ଜିଲ୍ଲାର ୧୫୦୦ରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ତାଲା ଝୁଲି ଗଲାଣି। ବାକି ଯେଉଁ କେତୋଟି ଶିଳ୍ପ କାରଖାନା ଚାଲୁଛି, ସେଗୁଡ଼ିକର ସ୍ଥିତି ଅତି ଦୟନୀୟ। କରୋନା ମାଡ଼ ଏମାନଙ୍କ ସ୍ଥିତିକୁ ଆହୁରି ସଙ୍ଗୀନ କରି ଦେଇଛି। ରାଉରକେଲା ସହରକୁ ଏକ ମାନକ ଭାବେ ନେଲେ, ଏଠାକାର ଶିଳ୍ପାୟନର ସ୍ଥିତି ଅତି ସାଂଘାତିକ। ଯଥେଷ୍ଟ ନ ହେଲେ ହେଁ, ସବୁଠୁ ଅଧିକ ସହାୟତା ପାଉଥିବା ଏଠାକାର କଲୁଙ୍ଗା ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ର ପ୍ରାୟ ୨୫୦ରୁ ୧୦୦ ରୁ ଅଧିକ ଶିଳ୍ପ ଇତିମଧ୍ୟରେ ବନ୍ଦ ହୋଇ ଯାଇଛି। ଗେଟ୍‌ରେ ତାଲା ଝୁଲୁଛି। ତେଣୁ ଅନ୍ୟ ଦୂରନ୍ତ ଇଲାକାର ଶିଳ୍ପ କଥା ଅନୁମାନ କରା ଯାଇପାରେ! ଅନ୍ୟପକ୍ଷରେ ନିକଟରେ ଆସିଥିବା ବଜେଟ୍‌ରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ମାଲିକଙ୍କୁ ଉତ୍ସାହିତ ବା ସାହାଯ୍ୟ କରିବାଲାଗି କୌଣସି ଯୋଜନା ନାହିଁ। ତେଣୁ ଆଶାରେ ଅପେକ୍ଷା କରିଥିବା ଶିଳ୍ପ ମାଲିକମାନେ ନିରାଶ ହୋଇଛନ୍ତି।

ଉଲ୍ଲେଖନୀୟ ଯେ ୬-୭ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲାରେ ୭୦ରୁ ଅଧିକ ସ୍ପଞ୍ଜ କାରଖାନା ଚାଲୁଥିଲା। ଏବେ ୪୦ରୁ ଅଧିକ କାରଖାନା ବନ୍ଦ ହୋଇଯାଇଥିବାବେଳେ ମାତ୍ର ୩୦ଟି ଯେ‌ନତେନ ପ୍ରକାରେ ଚାଲୁଛି। ପଶ୍ଚିମବଙ୍ଗ, ଛତିଶଗଡ, ଝାଡ଼ଖଣ୍ଡ ଓ ଦିଲ୍ଲୀ ସରକାର ଇସ୍ପାତ ଓ ଲୁହା ଉଦ୍ୟୋଗର ଅଭିବୃଦ୍ଧିକୁ ଯେତିକି ପ୍ରାଥମିକତା ଦେଉଛନ୍ତି, ଓଡ଼ିଶା ତା’ ହେଉନି ବୋଲି ସ୍ଥାନୀୟ ଶିଳ୍ପପତିମାନେ କହୁଛନ୍ତି। ଶିଳ୍ପ ସ୍ଥାପନ ଠାରୁ ଆରମ୍ଭ କରି ବିଦ୍ୟୁତ୍‌ ଶୁଳ୍କ ବାବଦରେ ପଡ଼ୋଶୀ ରାଜ୍ୟଗୁଡ଼ିକ ଯେତିକି ସହାୟତା କରୁଛନ୍ତି, ଓଡ଼ିଶାରେ ତାହା ହେଉନାହିଁ। ଫଳରେ କିଛି ସୁନ୍ଦରଗଡ଼ରୁ ଯାଇ ପଡ଼ୋଶୀ ରାଜ୍ୟରେ କାରଖାନା ସ୍ଥାପନ କଲେଣି। ଆହୁରି ଅନେକ ସେହି ବାଟରେ ଯିବାଲାଗି ବିଚାର କରୁଥିବାର ସୂଚନା ରହିଛି।

ଅପରପକ୍ଷେ ଶିଳ୍ପ ଉପରେ ପ୍ରତ୍ୟେକ ଓ ପରୋକ୍ଷ ଭାବେ ନିର୍ଭରଶୀଳ ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର ଶ୍ରମିକ କର୍ମ ସଂସ୍ଥାନ ହରାଉଛନ୍ତି। ପ୍ରତିବର୍ଷ ଅଧିକରୁ ଅଧିକ ଲୋକ ଜିଲ୍ଲାରୁ ରାଜ୍ୟ ବାହାରକୁ ଦାଦନ ଖଟିବାଲାଗି ଯାଉଥିବାର ବିଭିନ୍ନ କାରଣ ଭିତରୁ ଏହା ମୁଖ୍ୟ। ଶିଳ୍ପ ଓ ଖଣି ଉପରେ ନିର୍ଭାରଶୀଳ ସୁନ୍ଦରଗଡ଼ ଜିଲ୍ଲାର ସାଂସଦ ଓ ସାତ ବିଧାୟକ ଜିଲ୍ଲାରେ ଶିଳ୍ପର ଅଭିବୃଦ୍ଧି ବା ଲୋକଙ୍କ ନିଯୁକ୍ତି ପାଇଁ କେବେ କୌଣସି ପ୍ରଚେଷ୍ଟା କରି ନାହାନ୍ତି। ଅତିବେଶୀରେ ସେମାନେ ପରସ୍ପର ଉପରେ ଦୋଷ ଲଦୁଛନ୍ତି। ଉଲ୍ଲେଖଯୋଗ୍ୟ, ଆଞ୍ଚଳିକ ଶିଳ୍ପ କେନ୍ଦ୍ର (ଆର୍‌ଆଇସି)ର ତଥ୍ୟ ଅନୁଯାୟୀ, ସୁନ୍ଦରଗଡରେ ୩ ହଜାରରୁ ଅଧିକ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପଞ୍ଜିକୃ୍ତ ହୋଇଛି। ରାଉରକେଲା ଆର୍‌ଆଇସି ଅଧୀନରେ ଥିବା ୮ଟି ବ୍ଲକ- କୁଆରମୁଣ୍ଡା, ଲାଠିକଟା, ଲହୁଣିପଡା, ଗୁରୁଣ୍ଡିଆ, ନୂଆଗାଁ, ବଣାଇଗଡ ଓ କୋଇଡାରେ ପ୍ରାୟ ୧୫୦୦ଟି ଶିଳ୍ପ ପଞ୍ଜିକୃତ ହୋଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧୀନରେ ୯ଟି ବ୍ଲକ, ଯଥା ସୁନ୍ଦରଗଡ଼ ସଦର, ରାଜଗାଙ୍ଗପୁର, କୁତ୍ରା, ବଡଗାଁ, ହେମଗିରି, ଟାଙ୍ଗରପାଲି, ବାଲିଶଙ୍କରା, ଲେଫ୍ରିପଡା ଓ ସବ୍‌ଡେଗାରେ ପ୍ରାୟ ୧୬୦୦ ସୂକ୍ଷ୍ମ ଓ କ୍ଷୁଦ୍ର ଶିଳ୍ପ ପଞ୍ଜିକୃତ ହୋଇଛି। ତା’ଭିତରୁ ପ୍ରାୟ ଅଧା ବନ୍ଦ ହୋଇ ଗଲାଣି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।