ଭୁବନେଶ୍ୱର ୧୯।୦୫: ପ୍ରେମ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ। ଭୁବନେଶ୍ୱର ଇନ୍ଫୋସିଟି ଥାନା ନିକଟରୁ ଯୁବକଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର ଘଟଣାରେ ଏପରି ଟ୍ୱିଷ୍ଟ ଆସିଛି। ମୃତକ ଜଣଙ୍କ ହେଉଛନ୍ତି ବାରଙ୍ଗ ବାଲିପୋଡ଼ା ଅଞ୍ଚଳର ଅବିନାଶ ପ୍ରଧାନ। ଯୁବକଙ୍କ ବୟସ ପାଖାପାଖି ୨୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।
ଖବର ଅନୁଯାୟୀ, ବାରଙ୍ଗ ବାଲିପୋଡ଼ା ଅଞ୍ଚଳର ଅବିନାଶ ନିକଟରେ ଥିବା ଏକ କମ୍ପ୍ୟୁଟର ସଂସ୍ଥାରେ କାମ କରୁଥିଲେ। ସେ ଜଣେ ଝିଅକୁ ଭଲ ପାଉଥିଲେ । ଝିଅର ବାହାଘର ପରେ ବି ତା ସହ ସମ୍ପର୍କରେ ଥିଲେ ଅବିନାଶ । ବୁଧବାର ଝିଅ ଘର ଲୋକେ ଅବିନାଶକୁ ମାଡ ମାରିବା ସହ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ତେବେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏପିରିକି ଆବଶ୍ୟକ ପଡିଲେ ପୋଲିସ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ବୋଲି ସୂଚନା ମିଳିଛି ।