ଅପରାଧ ରାଜ୍ୟ

ପ୍ରେମ ବିବାହ ତିଷ୍ଠିଲାନି ୩ ମାସ ! ରଶି ଲଗାଇ ଆତ୍ମହତ୍ୟା କଲେ ନବବଧୂ, ସ୍ୱାମୀ ଗିରଫ

ଟାଙ୍ଗୀ ୧୧।୬: ମହଙ୍ଗା ପଡିଲା ପ୍ରେମ ବିବାହ । ବାହାଘରକୁ ବିତିଛି ମାତ୍ର ୩ ମାସ । ନିର୍ଯାତନା ସହି ନପାରି ନବବଧୂ ଜଣକ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ଏପଟେ ଅଧିକ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ନବବଧୂଙ୍କୁ ହତ୍ୟା କରିଛନ୍ତି ବୋଲି ମୃତ ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ମୃତା ନବବଧୂଙ୍କ ସ୍ବାମୀଙ୍କୁ ଗିରଫ କରିବା ସହ ମୃତଦେହକୁ ଜବତ କରି ପ୍ରାଥମିକ ତଦନ୍ତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳାଯୋଡି ଗ୍ରାମର ଦୀପକ ବେହେରାଙ୍କ ସହିତ ପୁରୀ ଜିଲ୍ଲା କଣାସ ଥାନା ଅଧିନସ୍ଥ ଅଁଳାଯୋଡି ଗ୍ରାମର ପଞ୍ଚାନନ ରାଉତଙ୍କ ଝିଅଙ୍କର ଫେସବୁକରେ ବନ୍ଧୁତା ହୋଇଥିଲା । ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଥିବା ସତ୍ତ୍ବେ ପିଲାଙ୍କ ଖୁସି ପାଇଁ ବୈଦିକ ରୀତିରେ ୩ମାସ ପୂର୍ବେ ଉଭୟଙ୍କ ବିବାହ ହୋଇଥିଲା ।

କିଛି ଦିନ ଭଲରେ ଘର ସଂସାର ଚାଲିଲା ତାପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା । ଯାହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଝିଅଘର ଲୋକେ ଯୌତୁକ ମଧ୍ୟ ଦେଲେ ହେଲେ ବିବାଦ କମିଲା ନାହିଁ । ଶୁକ୍ରବାର ବିଳମ୍ବିତ ରାତିରେ ପିଙ୍କି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଯୌତୁକ ପାଇଁ ସ୍ବାମୀ କାହ୍ନା ଏବଂ ତାଙ୍କର ପରିବାର ଲୋକେ ଚକ୍ରାନ୍ତ କରି ତାଙ୍କ ଝିଅକୁ ହତ୍ୟା କରିଛନ୍ତି ବୋଲି ମୃତ ମହିଳାଙ୍କ ବାପା-ମା’ ଅଭିଯୋଗ କରିଛନ୍ତି ।

ସେପଟେ ଭାଉଜ ଭଲ, ଘରେ କୌଣସି କଳି-ଝଗଡା ନଥିଲା ହେଲେ କାହିଁକି ସେ ଏଭଳି ଆତ୍ମହତ୍ୟା କଲେ ସେକଥା ଜଣାନାହିଁ ବୋଲି ମୃତକଙ୍କ ଦିଅର କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।