ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରେମିକା କହିଲା- ମୋତେ ବାହା ହଅ, ନହେଲେ ଆତ୍ମହତ୍ୟା କରିବି : ଚନ୍ଦ୍ରଶେଖରପୁର ଥାନାରେ ହାଇଡ୍ରାମା

ଭୁବନେଶ୍ୱର ୦୩।୦୫: ବନ୍ଧୁତାରୁ ପ୍ରେମ, ତା’ପରେ ନିବିଡ଼ ସମ୍ପର୍କ। ଉଭୟ ନିଷ୍ପତ୍ତି ନେଇଥିଲେ ବିବାହ କରିବେ । ବଡ଼ କଥା ପ୍ରେମିକଙ୍କ ବୟସ ୨୦ ବର୍ଷ ହୋଇଥିବାବେଳେ ପ୍ରେମିକାଙ୍କ ବୟସ ୨୮ । ଏବେ ପ୍ରେମିକ ବିବାହ ପାଇଁ ରାଜି ନହେବାରୁ ଥାନାରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରେମିକା । ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନାରେ ।

ସୂଚନା ଅନୁଯାୟୀ, ନୀଳାଦ୍ରି ବିହାରର ଏକ ବସ୍ତିରେ ରହୁଥିବା ସମ୍ପୃକ୍ତ ଯୁବତୀ ଓ ଇନ୍‌ଫୋସିଟି ଅଞ୍ଚଳର ଯୁବକଙ୍କ ମଧ୍ୟରେ ଦୁଇବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରେମିକଙ୍କ ଯୁକ୍ତ ୩ ପରୀକ୍ଷା ଥିବାରୁ ଏବେ ପ୍ରେମ ପାଇଁ ସେ ସମୟ ଦେଇ ପାରିବେନି ବୋଲି କହିଥିଲେ । ଏହା ଶୁଣି ତାଙ୍କୁ ଗାଳିଗୁଲଜ କରିଥିଲେ ପ୍ରେମିକା । ଏମିତି କି ପ୍ରେମିକଙ୍କ ଘରେ ପହଞ୍ଚି ବିବାହ କରିବାକୁ ଜିଦ୍‌ ଧରିଥିଲେ । ନହେଲେ ଆତ୍ମହତ୍ୟା କରିବେ ବୋଲି କହିଥିଲେ । ଏନେଇ ପ୍ରେମିକଙ୍କ ପରିବାର ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ପ୍ରେମିକାଙ୍କ ଘର ନୀଳାଦ୍ରି ବିହାର ହୋଇଥିବାରୁ ପୁଲିସ ତାଙ୍କୁ ଚନ୍ଦ୍ରଶେଖରପୁର ଥାନାକୁ ପଠାଇ ଦେଇଥିଲା । ପୁଲିସ ଦୁହିଁଙ୍କୁ ଥାନାକୁ ଡକାଇଥିଲା । ଥାନାରେ ପହଞ୍ଚିବା କ୍ଷଣି ଯୁବତୀ ଜଣଙ୍କ ଜୋରରେ ପାଟି କରି ଜିଦ୍‌ ଧରିଥିଲେ ବାହା ହେବାକୁ । ସାଙ୍ଗରେ ଆଣିଥିବା କିଛି ଔଷଧ ଖାଇ ଦେଇଥିଲେ । ପୁଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି । ଆଇଆଇସି କହିଛନ୍ତି ସେମିତି କିଛି ଘଟିନି । ବିଷ ଖାଇବାକୁ ଧମକ ଦେଉଥିଲେ, ତାଙ୍କୁ ଅନ୍ୟମାନେ ଧରିପକାଇଲେ । ଦୁଇ ଜଣଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।