ଅପରାଧ ରାଜ୍ୟ

ପ୍ରେମିକାଙ୍କୁ ଦେଖା କରିବାକୁ ବାରଣ କଲେ ଘରଲୋକ, ଫିନାଇଲ ଓ ବିଷ ପିଇ ଆତ୍ମହତ୍ୟା କଲା ପ୍ରେମିକ

କରଞ୍ଜିଆ ୨୭।୭: ପ୍ରେମିକା ଘର ଆଗରେ ପ୍ରେମିକର ଆତ୍ମହତ୍ୟା । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବଜାର ଅଞ୍ଚଳରେ ରହୁଥିବା ଜନୈକ ମୁସଲମାନ ସମ୍ପ୍ରଦାୟର ଜଣେ ଯୁବତଙ୍କୁ ସେହି ସମ୍ପ୍ରଦାୟର ଜଣେ ଯୁବକ ପ୍ରେମ କରୁଥିଲେ । ଜନୈକ ଯୁବକ ଜଣଙ୍କ ମଙ୍ଗଳବାର ସନ୍ଧ୍ୟା ସମୟରେ କରଞ୍ଜିଆରେ ରହୁଥିବା ନିଜ ପ୍ରେମିକାଙ୍କୁ ଦେଖା କରିବା ପାଇଁ ଆସିଥିଲେ । ହେଲେ ଝିଅଘର ଲୋକେ ଯୁବକଙ୍କୁ ଏଥିରୁ ବାରଣ କରିଥିଲେ । ଯାହା ଫଳରେ ପ୍ରେମିକାଙ୍କ ଘର ଆଗରେ ହିଁ ପ୍ରେମିକ ଫିନାଇଲ ଏବଂ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ଯୁବକଙ୍କୁ ସମ୍ପର୍କୀୟ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ କରଞ୍ଜିଆ ପୋଲିସ ଶବ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ତେବେ ଯୁବକ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ ସେ ନେଇ ପୋଲିସ ଛାନଭିନ୍ ଜାରି ରଖିଛି । ପ୍ରେମ ପାଇଁ ଯୁବକ ଜଣକ ଏଭଳି ଆତ୍ମହତ୍ୟା କରିବାକୁ ନେଇ ଏବେ କରଞ୍ଜିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।