ଖେଳ

ପ୍ରିମିୟର ଲିଗ୍ ଫୁଟବଲ୍, ମେସିଙ୍କୁ ଟପିଲେ ଟୋରେସ୍‌

ଲଣ୍ଡନ: ପ୍ରିମିୟର ଲିଗ୍ ଫୁଟବଲ୍ ପ୍ରତିଯୋଗିତାର ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ମାଞ୍ଚେଷ୍ଟର ସିଟି ୪-୩ ଗୋଲ୍‌ରେ ନ୍ୟୁକ୍ୟାସେଲ ଦଳକୁ ପରାସ୍ତ କରିଛି। ପୂର୍ବ ପ୍ରଦର୍ଶନ ଆଧାରରେ ଲିଗ୍‌ର ବିଜେତା ଘୋଷିତ ହୋଇସାରିଥିବା ମାଞ୍ଚେଷ୍ଟରର ଏହି ରୋମାଞ୍ଚକର ବିଜୟରେ ଏହି ଦଳର ସ୍ପେନୀୟ ତାରକା ଫେରନ୍ ଟୋରେସ୍ ପ୍ରମୁଖ ଭୁମିକା ତୁଲାଇଥିଲେ।

ଏହା ମଧ୍ୟ ବିଦେଶ ମାଟିରେ ମାଞ୍ଚେଷ୍ଟର ସିଟିର ଲଗାତାର ଦ୍ବାଦଶ ବିଜୟ ଥିଲା। ପ୍ରିମିୟର ଲିଗ୍‌ରେ ନିଜ ଖେଳ ଜୀବନର ପ୍ରଥମ ହ୍ୟାଟ୍ରିକ୍ ଅର୍ଜନ କରିବା ସହ ସେ ମଧ୍ୟ ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ ମେସିଙ୍କୁ ଟପି ଯାଇଥିଲେ। ପ୍ରିମିୟର ଲିଗ୍‌ରେ ହ୍ୟାଟ୍ରିକ୍ ଗୋଲ୍ ଦେବାରେ ମାଞ୍ଚେଷ୍ଟର ସିଟିର ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ତାଙ୍କ ପୂର୍ବରୁ ମେସି ଏହି କୀର୍ତ୍ତମାନର ଅଧିକାରୀ ଥିଲେ। ମେସି ୨୨ ବର୍ଷ ୨୦୦ ଦିନରେ ଟେନେରିଫ୍ ଦଳ ବିପକ୍ଷରେ ୨୦୧୦ ମସିହା ଜାନୁଆରି ମାସରେ ଏହି ସଫଳତା ଲାଭ କରିଥିଲେ। ଟୋରେସ୍ ମାତ୍ର ୨୧ ବର୍ଷ ୭୫ ଦିନରେ ଏହି ସଫଳତାକୁ ଦୋହରାଇଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ