ଦେଶ ବିଦେଶ ସ୍ୱାସ୍ଥ୍ୟ

ପ୍ରିକସନ୍ ଡୋଜ୍ ପାଇଁ ଦରକାର ନାହିଁ ରେଜିଷ୍ଟ୍ରେସନ୍, ଜାଣନ୍ତୁ କିପରି ମିଳିବ ଟିକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୫ ତାରିଖ ଦିନ ୧୫-୧୮ ବର୍ଷର ପିଲାଙ୍କୁ ଟିକା ଓ ୬୦ ବର୍ଷରୁ ଅଧିକ ବର୍ଗର ଲୋକଙ୍କ ପାଇଁ ପ୍ରିକସନ୍ ଡୋଜ୍ ଦିଆଯିବା ନେଇ ଘୋଷଣା କରିଥିଲେ । ଏହା ଅଧୀନରେ ଜାନୁଆରୀ ୩ରୁ କିଶୋରଙ୍କୁ ଟିକା ଓ ଜାନୁଆରୀ ୧୦ ତାରିଖରୁ ୬୦ ବର୍ଷରୁ ଉଦ୍ଧ୍ୱର୍ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ୍ ଯୋଦ୍ଧା ଓ ଅନ୍ୟାନ୍ୟ ଲୋକମାନଙ୍କୁ ପ୍ରିକସନ୍ ଡୋଜ୍ ଦିଆଯିବ ବୋଲି ସେ କହିଥିଲେ । ତେବେ ୬୦ ବର୍ଷରୁ ଉଦ୍ଧ୍ୱର୍ର ଲୋକମାନଙ୍କ ପାଇଁ କୌଣସି ରେଜିଷ୍ଟ୍ରେସନ୍ ର ଆବଶ୍ୟକତା ନାହିଁ । ସେମାନେ ବିନା ରେଜିଷ୍ଟ୍ରେସନ୍ ରେ ମଧ୍ୟ ଟିକାକରଣ କେନ୍ଦ୍ରରେ ଯାଇ ଟିକା ନେଇପାରିବେ । ଏଥିରେ ୱାକ୍-ଇନ୍ ର ସୁବିଧା ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରା ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯେଉଁ ମାନେ ପ୍ରିକସନ୍ ଡୋଜ୍ ନେବା ପାଇଁ ଯୋଗ୍ୟ ସେମାନେ ଦ୍ୱିତୀୟ ଡୋର ନେବାର ୩୯ ସପ୍ତାହ ପରେ ଅନଲାଇନ୍ ରେ ଆପୋଏଣ୍ଟମେଣ୍ଟ ବୁକ୍ କରିବା ପାରିବେ କିମ୍ବା ସିଧା ଯାଇ ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ । ତେବେ ଆଜି ଠାରୁ ପ୍ରିକସନ୍ ଡୋଜ୍ ପାଇଁ ଯୋଗ୍ୟ ବ୍ୟକ୍ତି ମାନଙ୍କ ପାଇଁ ଅନଲାଇନ୍ ବୁକିଂ ର ସୁବିଧା ଉପଲବ୍ଧ ହୋଇଯାଇଛି । ଏହାପରେ ୧୦ ତାରିଖରେ ପ୍ରିକସନ୍ ଡୋଜ୍ ଦିଆଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ