ରାଜ୍ୟ

ପ୍ରାର୍ଥୀ ବଦଳାଇ ଚର୍ଚ୍ଚାରେ ବିଜେପି: ସଫଳ ହେବ ନା ବିଫଳତାକୁ ଦୋହରାଇବ?

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ବାରମ୍ବାର ପ୍ରାର୍ଥୀ ବଦଳାଉଥିବା ଦେଖିବାକୁ ମିଳୁଛି। ଚଳିତଥର ମଧ୍ୟ ଦଳରେ ସଦ୍ୟ ଯୋଗଦେଇଥିବା ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ କରିଛି। ପୂର୍ବରୁ ଦଳକୁ ଏହା ଆଦୌ ସହାୟକ ହୋଇନଥିବା ବେଳେ ଚଳିତଥର ଏହା କେତେଦୂର ଲାଭପ୍ରଦ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ୧୯୯୯ ଓ ୨୦୦୪ ମସିହାରେ ବିଜେଡି-ବିଜେପି ମେଣ୍ଟ ପରେ ବିଜେପି ଏହି ଆସନରେ ପ୍ରତିଥର ପ୍ରାର୍ଥୀ ପରିବର୍ତ୍ତନ କରିଆସୁଛି। ୨୦୦୯ରେ ଭରତ ପାଇକଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ କରିଥିବା ବେଳେ ୨୦୧୪ରେ ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡା ଓ ୨୦୧୯ରେ ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ କେହି ବିଜୟୀ ହୋଇ ନଥିଲେ। ୧୯୯୯ରେ ଶେଷଥର ପାଇଁ ବିଜେପିରୁ ଅନାଦି ସାହୁ ବ୍ରହ୍ମପୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ଲଗାତାର ୩ଟି ସାଧାରଣ ନିର୍ବାଚନରେ ବିଜେପି ତରଫରୁ ବ୍ରହ୍ମପୁର ଲୋକସଭା ଆସନ ଦଖଲ ପାଇଁ ନାନାପରୀକ୍ଷା ନିରୀକ୍ଷା କରାଯାଇଛି। ଚଳିତଥର ବିଜେପି ନବାଗତ ପ୍ରଦୀପଙ୍କୁ ପରୀକ୍ଷାମୂଳକ ଭାବେ ଓହ୍ଲାଇଛି। ତେବେ, ଏଥିରେ ବିଜେପି କେତେ ସଫଳ ହେଉଛି ତାହା ସମୟ କହିବ।

ଅନ୍ୟପକ୍ଷରେ, ପ୍ରଦୀପ ବିଜେପିରୁ ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ ହେବାପରେ ଦଳୀୟ ନେତା ଓ କର୍ମୀ ଏହାକୁ ସ୍ବାଗତ କରିଛନ୍ତି। ବିଜେପି ଜିଲ୍ଲା ସଭାପତି ଡା.ସୁବାସ ସାହୁ କହିଛନ୍ତି, ବିଜେପି ଭଲ ସ୍ଥିତିରେ ରହିଛି। ପ୍ରଦୀପ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ହେବା ପରେ ଫଳାଫଳ ଭଲ ହେବ। ସେହିପରି, ବି‌ଜେପି ନେତା ପ୍ରଶାନ୍ତ କୁମାର କର ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଂଜନ ଦ୍ୟାନସାମନ୍ତରା କହିଛନ୍ତି, ପ୍ରଦୀପ ବିଗତଦିନରେ ମନ୍ତ୍ରୀ ଥିଲେ। ରାଜନୀତିରେ ତାଙ୍କର ଢେର୍‌ ଅଭିଜ୍ଞତା ରହିଛି। ତାଙ୍କର ନିଜସ୍ବ ଭୋଟ୍‌ବ୍ୟାଙ୍କ ରହିଛି। ବିଜେପି ବିଜୟଲାଭ କରିବ ବୋଲି ସେ ଆଶାପୋଷଣ କରିଛନ୍ତି। ଅନ୍ୟପଟେ ବିଜେଡି ଓ କଂଗ୍ରେସ ଶିବିର ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କରି ନାହାନ୍ତି। ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସମେତ ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡା ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ରହିଛି। ସେହିପରି କଂଗ୍ରେସରୁ ଦୀପକ ପଟ୍ଟନାୟକ, ପୀତବାସ ପଣ୍ଡା, ରଶ୍ମିରଂଜନ ପଟ୍ଟନାୟକଙ୍କ ନାମ ଆଶାୟୀ ତାଲିକାରେ ରହିଛି। ‌

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।