ମନୋରଞ୍ଜନ

ପ୍ରାଚୀ ଦେଶାଇ ମଧ୍ୟ କାଷ୍ଟିଂ କାଉଚ୍‌ର ଶିକାର ହୋଇଛନ୍ତି

ଅଭିନେତ୍ରୀ ପ୍ରାଚୀ ଦେଶାଇ ମଧ୍ୟ କାଷ୍ଟିଂ କାଉଚ୍‌ର ଶିକାର ହୋଇଛନ୍ତି। ହିନ୍ଦୀ ଧାରାବାହିକ ଜଗତରୁ କ୍ୟାରିୟର୍ ଆରମ୍ଭ କରି ଚଳଚ୍ଚିତ୍ର ଜଗତରେ ଆଝାର, ବୋଲ୍ ବଚ୍ଚନ, ଵାନ୍ସ ଅପଅନ୍ ଏ ଟାଇମ୍ ଇନ୍ ମୁମ୍ବାଇରେ ପ୍ରାଚୀ ଅଭିନୟ କରି ଖୁବ୍ ପ୍ରଶଂସା ସାଉଣ୍ଟିଥିଲେ। ନିକଟରେ ସେ ଏକ ସାକ୍ଷାତ୍‌କାର ଦେବା ଅବସରରେ କହିଥିଲେ, ତାଙ୍କୁ ଜଣେ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏକ ବଡ଼ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଫୋନ୍‌ରେ ଅଫର୍ ଦେଇଥିଲେ। ମାତ୍ର ତାଙ୍କୁ ଅଭିନୟ କରିବାକୁ ହେଲେ କମ୍ପ୍ରୋମାଇଜ୍ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା। ତେବେ ନିର୍ଦ୍ଦେଶକ ଜଣକ ହିନ୍ଦୀ ସିନେଜଗତର ଜଣେ ନାମୀଦାମୀ ଲୋକ ହୋଇଥିବାରୁ ସେ ତାଙ୍କ ନାଁରେ କୌଣସି ଅଭିଯୋଗ ଆଣିନଥିଲେ କି ତାଙ୍କ କମ୍ପ୍ରୋମାଇଜ୍ ଅଫର୍‌କୁ ନେଇ କୌଣସି ଅପଶବ୍ଦ ବ୍ୟବହାର କରିନଥିଲେ। ସେ କେବଳ ତାଙ୍କ ଚଳଚ୍ଚିତ୍ରରେ ଅଭିନୟ କରିବେ ନାହିଁ କହି ତାଙ୍କୁ ଏଡ଼ାଇ ଯାଇଥିଲେ। ଉକ୍ତ ବରିଷ୍ଠ ନିର୍ଦ୍ଦେଶକଙ୍କ ନାଁ ପ୍ରାଚୀ ଏ ପର୍ଯ୍ୟନ୍ତ ଗଣମାଧ୍ୟମ ସାମ୍ନାରେ କହିନାହାନ୍ତି। ନିକଟରେ ପ୍ରାଚୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାଇଲେନ୍ସ କ୍ୟାନ୍ ୟୁ ହିୟର ଇଟ୍?’ ଜି-୫ ପ୍ରିମିୟମ୍‌ରେ ମୁକ୍ତିଲାଭ କରିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ