ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ବୈଠକ

ଭୁବନେଶ୍ବର: ଆଜି ବସିବ ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ବୈଠକ। ଆଜି ଲୋକ ସେବା ଭବନରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏଥିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କ ସମେତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଓ ରାଜ୍ୟର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେବା ନେଇ ସୂଚନା ରହିଛି।

ମୌସୁମୀ ପୂର୍ବକାଳୀନ ବାତ୍ୟା ମୁକାବିଲା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଗତ କିଛି ବର୍ଷ ହେବ ନିୟମିତ ଭାବେ ଓଡ଼ିଶାରେ ମେ ମାସରେ ବାତ୍ୟା ବିପଦ ରହୁଛି। ବଙ୍ଗୋପସାଗରରେ ଆରମ୍ଭ ହୋଇ ସାରିଛି ପ୍ରାକ୍ ମୌସୁମୀ ବାତ୍ୟା ଋତୁ। ରାଜ୍ୟରେ ଦୁଇଥର ବାତ୍ୟା ଋତୁ ଦେଖାଦିଏ। ଏପ୍ରିଲରୁ ଜୁନକୁ ପ୍ରଥମ ବାତ୍ୟା ଋତୁ କୁହାଯାଏ। ଆଗରୁ ଏହି ମାସରେ ଅନେକ ବାତ୍ୟାକୁ ଓଡ଼ିଶା ସାମ୍ନା କରିଛି। ୟସ ଓ ଫନି ଭଳି ଅନେକ ବଡ଼ ବଡ଼ ବାତ୍ୟା ଦେଖିଛନ୍ତି ଓଡ଼ିଶାବାସୀ। ଏଥିପାଇଁ ରାଜ୍ୟ ସରକାର ମୌସୁମୀ ପୂର୍ବବର୍ତ୍ତୀକାଳୀନ ବାତ୍ୟା ସମୟକୁ ଗୁରୁତ୍ୱ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।