ଦେଶ ବିଦେଶ ମନୋରଞ୍ଜନ

ପ୍ରସିଦ୍ଧ ଗାୟକ ବବି ବ୍ରାଉନଙ୍କ ୨୮ବର୍ଷର ପୁଅଙ୍କ ଦେହାନ୍ତ : ସନ୍ଦେହଜନକ ଅବସ୍ଥାରେ ଘରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ ୨୦/୧୧: ପ୍ରସିଦ୍ଧ ଆମେରିକୀୟ ଗାୟକ ବବି ବ୍ରାଉନ୍(୫୧)ଙ୍କ ପୁଅ ବବି ବ୍ରାଉନ୍ ଜୁନିୟରଙ୍କ ପରଲୋକ ଘଟିଛି । ୨୮ବର୍ଷୀୟ ବ୍ରାଉନ୍ ଜୁନିୟର ବୁଧବାର ଲସ୍ ଏଞ୍ଜେଲସ୍ ସ୍ଥିତ ନିଜ ଘରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ।

ଲସ୍ ଏଞ୍ଜେଲସର ପୋଲିସର କହିବା ଅନୁସାରେ,ଘଟଣା ସେଠାକାର ସ୍ଥାନୀୟ ସମୟ ଅନୁସାରେ ୧.୩୦ରେ ଘଟିଛି। ପୋଲିସ୍ ମତରେ ଘଟଣାରେ କୌଣସି ଧରଣର ଫାଉଲ୍ ପ୍ଲେ ନାହିଁ। ବ୍ରାଉନ୍ ଜୁନିୟର ବବି ବ୍ରାଉନ୍ ଏବଂ କିମ୍ ଓ୍ବାର୍ଡ଼ଙ୍କ ପୁଅ ଥିଲେ।

୨୦୧୨ମସିହାରେ ବବି ବ୍ରାଉନଙ୍କ ପତ୍ନୀ ଏବଂ ପ୍ରସିଦ୍ଧ ଗାୟିକା ହ୍ବିଟନୀ ହାଷ୍ଟନ୍ ଓ୍ବେଭର୍ଲି ହିଲ୍ସ ହୋଟେଲ୍ ରୁମରେ ବାଥଟବରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ପାଣିରେ ବୁଡ଼ିଯିବାରୁ ତାଙ୍କ ମୃତ୍ୟୁ ଘଟିଥିବା କଥା ପୋଲିସ୍ କହିଥିଲା।

୨୦୧୫ମସିହାରେ ବବି ବ୍ରାଉନଙ୍କ ୨୨ବର୍ଷର ଝିଅ ବବି କ୍ରିଷ୍ଟିନା ବ୍ରାଉନ୍ ଆଟଲାଣ୍ଟା ସ୍ଥିତ ଘରର ବାଥଟବରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ତାଙ୍କ ମୁହଁ ବାଥଟବରେ ବୁଡ଼ି ରହିଥିଲା। ମୃତ୍ୟୁ ପୂର୍ବରୁ ସେ ୬ମାସ ଯାଏଁ କୋମାରେ ଥିଲେ। ଅଟୋପ୍ସି ରିପୋର୍ଟରେ ବବିଙ୍କ ଶରୀରରେ ମୋରଫିନ୍,କୋକିନ,ଆଲକୋହଲ୍ ,ଡ୍ରଗ୍ସ ଥିବା ଆସିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ