ରାଜ୍ୟ

ପ୍ରସବ ଅସ୍ତ୍ରୋପଚାରର ଅଡିଟ୍‌ ରିପୋର୍ଟ ଦେବାକୁ କୁନ୍ଥକୁନ୍ଥ

ଭୁବନେଶ୍ବର : ରାଜ୍ୟର ଘରୋଇ ହସ୍ପିଟାଲରେ ପ୍ରସବ ଜନିତ ଅସ୍ତ୍ରୋପଚାର(ସି-ସେକ୍ସନ୍) ହାର ଯଥେଷ୍ଟ ଅଧିକ ରହିଛି। ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ସି-ସେକ୍ସନ୍‌ର ଏଭଳି ଅସ୍ବାଭାବିକ ବୃଦ୍ଧି ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଘରୋଇ ହସ୍ପିଟାଲରେ ଏତେ ସଂଖ୍ୟକ ସି-ସେକ୍ସନ୍ କରାଯିବା ପଛ‌ର କ’ଣ କାରଣ ରହିଛି ତାହା ଜାଣିବା ଲାଗି ଗତ ମେ’ ପହିଲାରୁ ସି-ସେକ୍ସନ୍ ଅଡିଟ୍‌ ଆରମ୍ଭ ହୋଇଛି। ତେବେ ଜୁନ୍ ମାସ ‌ଶେଷ ହେବାକୁ ବସିଲାଣି ଏ ପର୍ଯ୍ୟନ୍ତ ୩୦ ଜିଲ୍ଲାରୁ ଅଡିଟ୍‌ ରିପୋର୍ଟ ଆସିନାହିଁ। କିଛି ହାତଗଣତି ଜିଲ୍ଲାରୁ ଆସିଥିବା ରିପୋର୍ଟ ଅଧପନ୍ତରିଆ। ଅଡିଟ୍‌ ରିପୋର୍ଟ ଦେବାକୁ ଘରୋଇ ହସ୍ପିଟାଲମାନେ ପଛଘୁଞ୍ଚା ଦେବା ପଛର କାରଣ କ’ଣ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌)-୪ ରାଜ୍ୟରେ ସି-ସେକ୍ସନ୍ ହାର ୫୩.୭ ପ୍ରତିଶତ ଥିବା ବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଏହାର ୭୦.୭ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଯାହାକି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଜାରି ହୋଇଥିବା ଧାର୍ଯ୍ୟ ମାନଦଣ୍ଡଠାରୁ ବି ଅଧିକ। ୨୦୧୫ ମସିହାରେ ‘ହୁ’ ପକ୍ଷରୁ ସି-ସେକ୍ସନ୍ ହାର ସଂପର୍କରେ ପୁନଃ ସମୀକ୍ଷା ହୋଇଥିଲା। ଜନସଂଖ୍ୟା ଦୃଷ୍ଟିରୁ ସି-ସେକ୍ସନ୍ ହାର ୧୦ ପ୍ରତିଶତରୁ ଅଧିକ ରହିବା, ମାତୃ ଓ ନବଜାତକ ମୃତ୍ୟୁ ହ୍ରାସ କରିବା ସହିତ କୌଣସି ସଂପର୍କ ନାହିଁ। ଏ ଦୃଷ୍ଟିରୁ ରାଜ୍ୟରେ ସି-ସେକ୍ସନ୍ ହାର କାହିଁକି ବଢ଼ୁଛି ତାହାର ଅନୁଧ୍ୟାନ ହେବା ଜରୁରୀ ହୋଇପଡ଼ିଥିଲା।
ରାଜ୍ୟରେ ଘରୋଇ ହସ୍ପିଟାଲରେ ପ୍ରସବ ଅସ୍ତ୍ରୋପଚାରର ଅସ୍ବାଭାବିକ ବୃଦ୍ଧି ପଛରେ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ଦାୟୀ ବୋଲି କୁହାଯାଉଛି। ବିଏସ୍‌କେୱାଇରେ ଆର୍ଥିକ ସହାୟତା ଥିବାରୁ ଜାଣିଶୁଣି ସାଧାରଣ ପ୍ରସବ ବଦଳରେ ଅସ୍ତ୍ରୋପଚାର କରାଯାଉଥିବା ଅଭିଯୋଗ ହେଉଛି।

ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ଅଭିଯୋଗ ସଂପର୍କରେ ନିର୍ଦ୍ଦିଷ୍ଟ ଉତ୍ତର ଦିଆଯାଇନାହିଁ। ଏଣୁ ଅଡିଟ୍‌ ରିପୋର୍ଟ ପରେ ଅଭିଯୋଗରେ ସ୍ପଷ୍ଟତା ଆସିବ।
ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନସୁଦ୍ଧା ୩-୪ଟି ଜିଲ୍ଲା ଅଡିଟ୍‌ ରିପୋର୍ଟ ଦେଇଛନ୍ତି ଓ ତାହାସଂପୂର୍ଣ୍ଣ ନୁହେଁ। ଏଥିରୁ ଘରୋଇ ହସ୍ପିଟାଲରେ କାହିଁକି ଅସ୍ତ୍ରୋପଚାର ପ୍ରସବ ବଢ଼ୁଛି ତାହା ସ୍ପଷ୍ଟ ହୋଇପାରିବ ନାହିଁ। ନିକଟରେ ଜିଲ୍ଲାମାନଙ୍କର ହୋଇଥିବା ଆଭାସୀ‌ ବୈଠକରେ ତୁରନ୍ତ ରିପୋର୍ଟ ଦେବାକୁ ହସ୍ପିଟାଲମାନଙ୍କୁ ତାଗିଦ୍ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।