ନୂଆଦିଲ୍ଲୀ ୩୦।୯: ସାଧାରଣତଃ ଯେତେବେଳେ ବି ବୋର୍ଡ ପରୀକ୍ଷା ଆରମ୍ଭ ହୁଏ, ଛାତ୍ର-ଛାତ୍ରୀମାନେ ସେମାନଙ୍କ ପାଠପଢା ଆରମ୍ଭ କରନ୍ତି । କିନ୍ତୁ କିଛି ଏମିତି ପିଲା ଅଛନ୍ତି ଯେଉଁମାନେ ପାଠପଢାରେ ଦୁର୍ବଳ ଥାଆନ୍ତି , ସେମାନେ ପରୀକ୍ଷା ଦିନ ଯାଏଁ ପ୍ରସ୍ତୁତ ହୋଇ ପାରନ୍ତି ନାହିଁ । ତାରେ ପାସ୍ ହେବା ପାଇଁ ଖାତା ପାସ୍ ହେବାକୁ ଅନୁରୋଧ କରନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଠିକ୍ ଏଭଳି ଏକ ପିଲା ଖାତା ଚେକ୍ କରୁଥିବା ମ୍ୟାଡାମ୍ଙ୍କୁ କିଛି ଲେଖିଛନ୍ତି । ଯାହାର ଫଟୋ ଭାଇରାଲ୍ ହେବାରେ ଲାଗିଛି ।
परीक्षा में आए कठिन सवाल तो छात्रा ने आंसर शीट में लिखा- फेल हो गई तो मैं मर जाऊंगी
ତେବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଫଟୋକୁ ଦେଖି ଜଣାଡୁଛି କି ଏହା କାନପୁରର ଏକ କଲେଜର । ଯେଉଁଥିରେ ପିଲାଟି ତା ଖାତାର ଶେଷ ପେଜରେ ତା କଲେଜ୍ ମ୍ୟାଡାମ୍ଙ୍କୁ ପାସ୍ କରିବା ପାଇଁ ଅନୁରୋଧ କରି ଲେଖିଛି- ଦୁନିଆର ସମସ୍ତ ସୁଖ ଦିଅ । ପ୍ଲିଜ୍ ହେଲ୍ପ ମି… ଭଗବାନ ତୁମକୁ ଏକ ଉଚ୍ଚ ପଦରେ ରଖନ୍ତୁ । ଏହା ମୋ ହୃଦୟରୁ ପ୍ରାର୍ଥନା । ଦୟା କରି ମୋତେ ରକ୍ଷା କର । ଯଦି ମୁଁ ଫେଲ୍ ହୁଏ, ତାହାଲେ ମରି ଯିବି । ମୋତେ ଅପମାନ ଅପେକ୍ଷା ମୃତ୍ୟୁ ପସନ୍ଦ । ପ୍ଲିଜ୍ ହେଲ୍ପ.. ମ୍ୟାମ୍ ମୋତେ ପାସ୍ କରି ଦିଅ । ମୋ ମାଆ ପାଇଁ..କାହିଁକି ନା ମୋ ମାଆକୁ ନହେଲେ ଶକ୍ତ ଝଟକା ଲାଗିବ ।
ଏହା ବ୍ୟତୀତ ସେ ଆହୁରି ଲେଖିଛନ୍ତି କି ମୋର ଥାଇରଏଡ୍ ଏବଂ ସୁଗାର ଅଛି । ମ୍ୟାମ୍ ଆପଣଙ୍କର ମଧ୍ୟ ମାଆ ଥିବେ, ଭାଇ ମଧ୍ୟ ଥିବେ କିନ୍ତୁ ମୋର ଭାଇ ନାହିଁ ଯିଏ ମୋ ବାପା ମାଆକୁ ସାହାଯ୍ୟ କରିପାରିବ । ଯଦି ମୁଁ ଭଲ ମାର୍କ ପାଇଯାଏ । ତାହାଲେ ଭଲ ଜାଗାରେ ଚାକିରି ମିଳିଯିବ । ମୁଁ ବହୁତ ଟେନସନ୍ରେ ଅଛି ମ୍ୟାମ୍ । ମୋତେ ପାସ୍ କରେଇ ଦିଅନ୍ତୁ । ନହେଲେ ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତୁ କି ମୁଁ ମରିଯାଏ । ପ୍ଲିଜ୍ ମ୍ୟାମ୍। ଏହାକୁ ପଢିଲା ପରେ ଯାହା ଆପଣ ନିଷ୍ପତ୍ତି ନେବେ । ମୋର ସାହାଯ୍ୟ କରି ଦିଅନ୍ତୁ, ଭଗବାନ ଆପଣଙ୍କୁ ସବୁବେଳେ ଖୁସିରେ ରଖିବେ । ବର୍ତ୍ତମାନ ପିଲାଟିର ଏହି ପରୀକ୍ଷାର ଖାତାର ଫଟୋ ସୋସିଆଲ୍ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

