ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପ୍ରଧାନ ବିଚାରପତିଙ୍କୁ ୨୧ ପୂର୍ବ ବିଚାରପତିଙ୍କ ଚିଠି

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ୪ ଜଣ ଅବସରପ୍ରାପ୍ତ ବିଚାରପତି ଏବଂ ହାଇକୋର୍ଟର ୧୭ ଜଣ ପୂର୍ବତନ ବିଚାରପତି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଏକ ଚିଠି ଲେଖିଛନ୍ତି। ‘ଯୋଜନାବଦ୍ଧ ଚାପ, ଭୁଲ ସୂଚନା ଓ ଅପମାନଜନକ ମନ୍ତବ୍ୟ ମାଧ୍ୟମରେ ନ୍ୟାୟପାଳିକାକୁ ନୀଚା ଦେଖାଇବା ପାଇଁ କେତେକ ଗୋଷ୍ଠୀଙ୍କ ପ୍ରୟାସ ବୃଦ୍ଧି ପାଉଥିବା’ ଦର୍ଶାଇ ସେମାନେ ଚିଠି‌ରେ ପ୍ରଧାନ ବିଚାରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ଓ ବ୍ୟକ୍ତିଗତ ଫାଇଦାରୁ ପ୍ରେରିତ ଏହି ତତ୍ତ୍ୱମାନେ ଆମ ନ୍ୟାୟବ୍ୟବସ୍ଥା ଉପରେ ଜନସାଧାରଣଙ୍କ ଆସ୍ଥାକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନେ ଆମ ଅଦାଲତ ଓ ବିଚାରପତିମାନଙ୍କର ସଚ୍ଚୋଟତା ଉପରେ ସନ୍ଦେହ ସୃଷ୍ଟି କରି ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ପ୍ରୟାସ କରୁଛନ୍ତି।

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଦୀପକ ବର୍ମା, କ୍ରିଷ୍ଣା ମୁରାରି, ଦିନେଶ ମାହେଶ୍ୱରୀ ଓ ଏମ୍‌ଆର୍ ଶାହା ଏହି ଚିଠିରେ ଦସ୍ତଖତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟ, ଦିଲ୍ଲୀ, ରାଜସ୍ଥାନ, ସିକିମ, ଝାଡ଼ଖଣ୍ଡ, ବମ୍ବେ, ଆହ୍ଲାବାଦ, ଉତ୍ତରାଖଣ୍ଡ, ପଞ୍ଜାବ ଓ ହରିୟାଣା ଏବଂ ମଧ୍ୟପ୍ରଦେଶ ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ସ୍ବାକ୍ଷର ମଧ୍ୟ ଚିଠିରେ ରହିଛି। ନ୍ୟାୟପାଳିକାର ପ୍ରତିଷ୍ଠାକୁ ଖରାପ କରିବା ଉଦ୍ଦେଶ୍ୟରେ ଭିତ୍ତିହୀନ ସିଦ୍ଧାନ୍ତର ପ୍ରସାରଠାରୁ ଆରମ୍ଭ କରି ନ୍ୟାୟିକ ଫଳାଫଳକୁ ପ୍ରଭାବିତ କରିବା ପାଇଁ ଏହି ଗୋଷ୍ଠୀଗୁଡ଼ିକ ଯେଉଁ ରଣନୀତି ଅବଲମ୍ବନ କରିଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ। ନ୍ୟାୟପାଳିକାକୁ ସୁରକ୍ଷିତ ରଖିବା ପାଇଁ ଆମେ ଆପଣଙ୍କ ଦୃଢ଼ ମାର୍ଗଦର୍ଶନ ଓ ନେତୃତ୍ୱ ଆଶା କରୁଛୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ