ଦେଶ ବିଦେଶ ମନୋରଞ୍ଜନ

ପ୍ରଦୂଷଣମୁକ୍ତ ବିସର୍ଜନ ପାଇଁ ଗଠନ ହେଲା କମିଟି

ଭୁବନେଶ୍ୱର : ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା‌‌ରେ ମୂର୍ତ୍ତି ବିସର୍ଜନ ବେଳେ ଗାଇଡ୍‌ଲାଇନ୍‌ ଅନୁସରଣ ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଡିସିପି, ଅତିରିକ୍ତ କମିସନର, ଜୋନାଲ୍ ଡେପୁଟି କମିସନର, ପୂଜା ଶାନ୍ତି କମିଟି ପ୍ରତିନିଧି ଓ ଏନ୍‌ଜିଓ ପ୍ରତିନିଧିଙ୍କୁ ନେଇ ସ୍ବତନ୍ତ୍ର କମିଟି ଗଠନ ହୋଇଛି।
ମୂର୍ତି ବିସର୍ଜନରେ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପାଳନ ଉପରେ ନଜର ରଖିବାକୁ କମିଟିର ସଦସ୍ୟମାନଙ୍କୁ ନିର୍ଦେଶ ଦିଆଯାଇଛି। ମୂର୍ତି ବିସର୍ଜନ ପାଇଁ ତୁରନ୍ତ ଆବଶ୍ୟକସଂଖ୍ୟକ ଅସ୍ଥାୟୀ ପୋଖରୀ ପ୍ରସ୍ତୁତ ରଖିବାକୁ ବିଏମ୍‌ସି ଇଂଜିନିୟରିଂ ଡିଭିଜନ୍‌କୁ କମିସନର୍‌ ନିର୍ଦ୍ଦେଶ ଦେଇଛନ୍ତି। ପାଣିର ଗୁଣବତ୍ତା, ପୂଜା ମଣ୍ଡପରେ ବ୍ୟବହୃତ ରଙ୍ଗର ଗୁଣବତ୍ତା ଉପରେ ନଜର ରଖିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡର ପରିବେଶ ବିଜ୍ଞାନୀ, ଜେଡ୍‌ଡିସି, ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ, ପୂଜା କମିଟିକୁ ନେଇ ଏକ ଟିମ୍‌ ଗଠନ ହୋଇଛି। ଯେଉଁମାନେ ସିପିସିବିର ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରିବେ, କମିଟିଠାରୁ ସୂଚନା ପାଇବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ବୈଠକରେ ଅତିରିକ୍ତ କମିସନର୍‌ ସୁରଥ ଚନ୍ଦ୍ର ମଲ୍ଲିକ, ଅବନୀକାନ୍ତ ପଟ୍ଟନାୟକ, ଏଡିଏମ୍‌ ପ୍ରଫୁଲ୍ଲ କୁମାର ସ୍ବାଇଁ, ଏସିପି ରାଜକିଶୋର ପାଇକରାୟ, ଉପକମିସନର୍‌ ଶ୍ରୀମନ୍ତ ମିଶ୍ର, ଶୁଭେନ୍ଦୁ କୁମାର ସାହୁ, ଜେଡ୍‌ଡିସିର ପ୍ରମୋଦ କୁମାର ପୃଷ୍ଟି, ରବି ନାରାୟଣ ଜେଠୀ, ଅଂଶୁମାନ ରଥ, ପରିବେଶ ବିଜ୍ଞାନୀ ଡ. ରେବତୀକାନ୍ତ ମିଶ୍ର, ସିଏଚ୍‌ଓ ବି.କେ ମିଶ୍ର, ରାଜଧାନୀ ଶାନ୍ତି କମିଟି ସମ୍ପାଦକ ନବକିଶୋର ବେହେରା ଓ ବିଘ୍ନରାଜ ପୁରୋହିତଙ୍କ ସମେତ ଏନ୍‌ଜିଓ ସଦସ୍ୟମାନେ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ