ଦେଶ ବିଦେଶ ମନୋରଞ୍ଜନ

ପ୍ରଥମ ଥର ଫିଲ୍ମରେ ନଜର ଆସିବେ ଅମିତାଭ୍‌-ପ୍ରଭାସ୍‌, ପୋଷ୍ଟ ସେୟାର କରି ସୂଚନା ଦେଲେ ଅଭିନେତା

ନୂଆଦିଲ୍ଲୀ ୨୦।୦୨ : ବଲିଉଡର ବିଗ୍‌-ବି ତଥା ଶେହନଶାହ ଅମିତାଭ ବଚ୍ଚନ ସବୁବେଳେ ଦର୍ଶକଙ୍କ ମନରେ ରାଜ୍‌ କରିଥାନ୍ତି । ବୟସ ଯେତେ ଯେତେ ବଢୁଛି, ତାଙ୍କର କାମ ପ୍ରତି ଆଗ୍ରହ ସେତିକି ସେତିକି ବଢୁଛି। ସେ ସମସ୍ତ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି । ଏବେ ଅମିତାଭଙ୍କ ଫ୍ୟାନ୍ସମାନ ପାଇଁ ଖୁସି ଖବର। ଅମିତାଭ ବଚ୍ଚନ ପୁଣି ପରଦାକୁ ଫେରୁଛନ୍ତି । ଖୁବଶୀଘ୍ର ‘ବାହୁବଲୀ’ ଷ୍ଟାର ପ୍ରଭାସଙ୍କ ସହିତ ନଜର ଆସିବେ। ଏନେଇ ପ୍ରଭାସ ଏବଂ ଅମିତାଭ ଦୁହେଁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।

ଅମିତାଭ ଫିଲ୍ମକୁ ନେଇ କହିଛନ୍ତି, ଏହା ଏକ ସାଇନ୍ସ ତଥା ବୈଜ୍ଞାନିକଭିତ୍ତିକ ଫିଲ୍ମ। ଏହି ଫିଲ୍ମ ପାଇଁ ଅଭିନେତା ପ୍ରଭାସ ପ୍ରଥମ ସଟ୍‌ ଦେଇ ସାରିଛନ୍ତି। ନିଜର ଟ୍ଵିଟରେ ଅମିତାଭ ପ୍ରଭାସକୁ ପ୍ରତିଭାଶାଳୀ ଏବଂ ବିନମ୍ର କଳାକାର ବୋଲି କହିଛନ୍ତି। ପ୍ରଭାସଙ୍କ ଠାରୁ କିଛି ନୂଆ ଶିଖିବାକୁ ନେଇ ମଧ୍ୟ ଉତ୍ସାହିତ ରହିଛନ୍ତି ଅମିତାଭ। ଏହା ସହ ପ୍ରଭାସ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅମିତାଭ ବଚ୍ଚନଙ୍କ ଏକ ଫଟୋ ସେୟାର କରି ତାଙ୍କ ସହିତ କାମ କରିବା ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି । ଏହି ଫିଲ୍ମଟିକୁ ନାଗ ଅଶ୍ୱିନ ନିର୍ଦ୍ଦେଶନା ଦେଉଛନ୍ତି

ଏହି ଫିଲ୍ମକୁ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରକାରର ନାମ ଘୋଷଣା ହୋଇନାହିଁ। ଏହାକୁ ପ୍ରୋଜେକ୍ଟ କେ ବୋଲି କୁହାଯାଉଛି। ଏହି ଫିଲ୍ମରେ ଦୀପିକା ପାଦୁକୋନ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ଅମିତାଭ ବଚ୍ଚନ ଟ୍ଵିଟ୍‌ କରି ଏହି ବିଷୟରେ ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ