ଦେଶ ବିଦେଶ ମନୋରଞ୍ଜନ

ପ୍ରଥମ ଥର ପାଇଁ ବଡ ପରଦାରେ ଦେଖିବାକୁ ମିଳିବ ଏହି ଯୋଡି, ଆସନ୍ତା ବର୍ଷ ହୋଲିରେ ହେବ ରିଲିଜ୍‌

ନୂଆଦିଲ୍ଳୀ ୦୩।୦୩ : ବଲିଉଡ୍‌ର ଅନ୍ୟତମ ଚୁଲବୁଲି ଅଭିନେତ୍ରୀ ଭାବରେ ବେଶ୍‌ ଜଣାଶୁଣା ଶ୍ରଦ୍ଧା କପୁର । ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ ଫୋଲର୍ସଙ୍କ ଲମ୍ବା ଧାଡି । ତାଙ୍କ ଭଳି ଆଉ ଜଣେ ଲୋକପ୍ରିୟ ହ୍ୟାଣ୍ଡସମ୍‌ ଅଭିନେତା ହେଉଛନ୍ତି ରଣବୀର କପୁର । ସେ ମଧ୍ୟ ବଲିଉଡ୍‌ର ଜଣେ ଆଗଧାଡ଼ିର କଳାକାର । ଆଜି ଯାଏଁ ଉଭୟଙ୍କୁ ଏକାଠି ବଡ ପରଦାରେ ଦେଖିବାକୁ ମିଳିନାହିଁ । ବର୍ତ୍ତମାନ ଖବର ଆସିଛି କି ଉଭୟଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଖବର ଶୁଣିବା ମାତ୍ରେ ସିନେପ୍ରେମୀଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

ନବବିବାହିତ ଫିଲ୍ମମେକର୍‌ ଲଭ୍‌ ରଞ୍ଜନ ଏନେଇ ଘୋଷଣା କରିଛନ୍ତି, ତାଙ୍କର ଆଗାମୀ ଫିଲ୍ମ ଆସନ୍ତା ବର୍ଷ ୮ ମାର୍ଚ୍ଚରେ ଅର୍ଥାତ ହୋଲି ଅବସରରେ ମୁକ୍ତିଲାଭ କରିବ । ସିନେପ୍ରେମୀମାନେ ଶ୍ରଦ୍ଧା ଓ ରଣବୀରଙ୍କୁ ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ । ଲଭ୍‌ ରଞ୍ଜନଙ୍କ ପ୍ରଡକ୍ସନ୍‌ ହାଉସ୍‌ ନିଜର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି ।

ଲଭ୍‌ ରଞ୍ଜନ ଓ ଅଙ୍କୁର ଗର୍ଗ ଦ୍ବାରା ପ୍ରଯୋଜନା କରାଯାଉଛି । ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଶ୍ରଦ୍ଧା ନିଜର ଏକ ଅପ୍‌କମିଙ୍ଗ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଏହି ସମୟରେ ସେ ଏକାଧିକ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ତାଙ୍କ ପାଇଁ ଏହା କଷ୍ଟକର ସମୟ ହେବ, କାରଣ ତାଙ୍କୁ ଏକସଙ୍ଗେ ଏକରୁ ଏକାଧିକ ଫିଲ୍ମର ସୁଟିଂ ପାଇଁ ଯିବାକୁ ପଡ଼ିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ