ଅପରାଧ ରାଜ୍ୟ

ପ୍ରଥମ ଘଟଣା: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ

ସାନଖେମୁଣ୍ଡି ୦୧/୧୦: ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ପୋଲିସ ୧୧ ମାମଲାରେ ଜବତ ଗଞ୍ଜେଇକୁ ପୋଡ଼ି ନଷ୍ଟ କଲା । ଜିଲ୍ଲା କୋର୍ଟର ନିର୍ଦ୍ଦେଶକ୍ରମେ ପାଟପୁର ଥାନା ପୋଲିସ ପକ୍ଷରୁ ପୂର୍ବରୁ ବେଆଇନ ଭାବେ ୧୦ କ୍ୱିଣ୍ଟାଲରୁ କମ ଓଜନର ବହୁ ମାମଲାରେ ଜବତ ହୋଇଥିବା ଗଞ୍ଜେଇକୁ ପୋଡ଼ି ନଷ୍ଟ କରାଯାଇଥିବା ଜଣାପଡ଼ିଛି ।

ଡ୍ରଗ ଡିସୋପଜାଲ କମିଟି ତଥା ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରୟଙ୍କ ତତ୍ତ୍ଵାବଧାନରେ ଆସିକା ଏସଡିପିଓ ଉମାଶଙ୍କର ସିଂ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ୨୦୨୧ ଡିସେମ୍ବର ମାସ ସୁଦ୍ଧା ଜବତ ହୋଇଥିବା ଗଚ୍ଛିତ ଗଞ୍ଜେଇକୁ ଶେରଗଡ଼ ବ୍ଳକ ଅନ୍ତର୍ଗତ ଅରଖପଡା ଗ୍ରାମରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ଚିମୀନିରେ ପୋଡ଼ି ନଷ୍ଟ କରାଯାଇଥିଲା । ଏପରିକି ପାଟପୁର ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ ହେଉ କିମ୍ବା ବେଆଇନ ଭାବେ ଚୋରାଚାଲାଣ କରାଯାଇଥିବା ଗଞ୍ଜେଇକୁ ଜବତ କରାଯିବା ପରେ ୧୧ ଗୋଟି କେସ୍ ମାମଲାରେ ଗଚ୍ଛିତ ରଖାଯାଇଥିବା ୧୩୨୫ କିଲୋ ଗଞ୍ଜେଇ ପୋଡ଼ା ଯାଇଥିଲା ।

ଜିଲ୍ଲା ଅବକାରୀ ଏସପି ମମେନ୍ଦ୍ର ନାରାୟଣ ନାଥ, ଅତିରିକ୍ତ ଜିଲ୍ଲାପାଳ ବିଶ୍ୱମ୍ବର ରଥ, ଅତିରିକ୍ତ ଏସପି ସୁଜିତ କୁମାର ନାୟକ,ଆଇଆଇସି ବସନ୍ତ ସେଠି, ହିଂଜିଳି ଆଇଆଇସି ଅଭିମନ୍ୟୁ ଦାସ, ଶେରଗଡ଼ ଆଇଆଇସି ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହିଭଳି ଘଟଣା ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।