କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ପ୍ରତ୍ୟେକ ଦିନ ନାଭିରେ ଏହି ଏହି ଜିନିଷ ଲଗାଇବା ଦ୍ୱାରା ବନିଥାଏ ଧନ ପ୍ରାପ୍ତିର ଯୋଗ ।

ମନୁଷ୍ୟ ଜୀବନରେ ନକରାତ୍ମକତା କାରଣରୁ ଅନେକ ସମସ୍ୟା ଦେଖା ଦେଇଥାଏ । ମାତ୍ର ଶାସ୍ତ୍ରରେ କିଛି ଏଭଳି ଉପାୟ ବିଷୟରେ କୁହାଯଇଛି ଯାହାକୁ ଦ୍ୱାରା ମନୁଷ୍ୟର ଜୀବନର ସମସ୍ୟା ଦୂର ହୋଇଯାଏ । କହିବାକୁ ଗଲେ ମନୁଷ୍ୟ ଜୀବନର ନକରାତ୍ମକତା ଯେତେବେଳେ ଦୂର ହୋଇଥାଏ ସେତେବେଳେ ସକାରାତ୍ମକତା ଆସିଥାଏ । ଶନିବାରଟି ଶନିଦେବଙ୍କୁ ସମର୍ପିତ ହୋଇଥାଏ । ତେଣୁ ଏହି ଶନିବାର ଦିନ କିଛି ଖାସ ଉପାୟ କଲେ ଶନିଦେବଙ୍କ କୃପା ସବୁବେଳେ ବଜାୟ ରହିଥାଏ । କହିରଖିବୁ ଯେ ଶନିବାର ଦିନ ଘରର ମୁଖ୍ୟଦ୍ୱାରରେ ଗଙ୍ଗା ଜଳ ନିହାତି ସିଞ୍ଚନ କରିବା ଉଚିତ ।

ଗଙ୍ଗା ଜଳ ନଥିଲେ ରାତିରେ ଏକ ତମ୍ବା ପାତ୍ରରେ ପାଣି ଭରି ରଖି ଦିଅନ୍ତୁ ଏବଂ ସକାଳୁ ଘରର ମୁଖ୍ୟଦ୍ୱାରରେ ଢ଼ାଳି ଦିଅନ୍ତୁ । କିନ୍ତୁ ଶନିବାର ଦିନ ସକାଳୁ ପ୍ରଥମେ ପାଣି ଢ଼ାଳିବା ପରେ ହିଁ ଝାଡୁ କରି ପାରିବେ । ଏହାଦ୍ବାରା ଅତୃପ୍ତ ଆତ୍ମା ତୃପ୍ତ ହୋଇଥାନ୍ତି । ଘରେ ପୋଛା ଲଗାଇବା ସମୟରେ ପାଣିରେ ଫିଟିକିରି ମିଶାଇ କିମ୍ବା ଏକ ଚିମୁଟା ଲୁଣ ମିଶାଇ ପୋଛା ଲଗାନ୍ତୁ । ଏହାଦ୍ବାରା ଘରେ ଥିବା ସବୁ ପ୍ରକାରର ନକରାତ୍ମକତା ଦୂର ହୋଇଯିବ ଏବଂ ସବୁବେଳେ ସୁଖ ଶାନ୍ତି ସମୃଦ୍ଧି ବଜାୟ ରହିବ । ଶନିବାର ଦିନ ହନୁମାନଙ୍କର ବିଶେଷ କୃପା ପ୍ରାପ୍ତ କରିବା ପାଇଁ ସନ୍ଧ୍ୟା ସମୟରେ ହନୁମାନ ମନ୍ଦିରକୁ ଯାଇ ଏକ ପାନ ପତ୍ର ଉପରେ ଦୁଇଟି ଲବଙ୍ଗ ଏବଂ ମିଠା ବସ୍ତୁ ଦେଇ ପାନ ବନାଇ ଶ୍ରୀହନୁମାନଙ୍କୁ ଅର୍ପିତ କରି ଦିଅନ୍ତୁ ।

ଏହିଦିନ ଏକ ଷ୍ଟିଲ ପାତ୍ରରେ ତେଲ ନେଇ ସେଥିରେ ନିଜ ମୁହଁର ଛାଇକୁ ଦେଖି ମୁଗ ଡାଲି ମିଶାଇ ବଡ଼ି ତିଆରି କରି କୌଣସି କୁକୁରକୁ ଖାଇବାକୁ ଦେଇ ଦିଅନ୍ତୁ କିମ୍ବା ଘରେ ତିଆରି ହେଉଥିବା ଶେଷ ରୁଟିରେ ଦୁଇ ପାର୍ଶ୍ଵରେ ସୋରିଷ ତେଲ ଲଗାଇ ଅଳ୍ପ ତିଳ ଏବଂ ଗୁଡ଼ ରଖି ନିଜ ଉପର ଦେଇ କିମ୍ବା ଘରର ଛୋଟ ପିଲାଙ୍କ ଉପର ଦେଇ ତିନି ଥର ବୁଲାଇ କୁକୁରକୁ ଖାଇବାକୁ ଦେଇ ଦିଅନ୍ତୁ । ଶନିବାର ଦିନ କେଶରେ କୌଣସିବି ତେଲ ଲଗାଇବାର ବିଧାନ ରହିଛି ଏବଂ ଏହାବ୍ୟତୀତ ଏହିଦିନ ନାଭିରେ ସୋରିଷ ତେଲ ଲଗାଇଲେ ଭାଗ୍ୟ ଉଦୟ ହୋଇଥାଏ । ଏହାଦ୍ବାରା ଓଠ ମଧ୍ୟ ଫାଟି ନଥାଏ । ଏହିଦିନ ପରିବାରର ସମସ୍ତେ ଅଳ୍ପ ହେଲେ ବି କେଶରେ ତେଲ ଲଗାଇ ରାତିରେ ଶୋଇବା ଉଚିତ ।

ଏକ କଥା ଅନୁଯାୟୀ ଶନିଦେବଙ୍କୁ ଯେତେବେଳେ ରାବଣ ବନ୍ଦୀ କରି ରଖିଥିଲା ସେତେବେଳେ ହନୁମାନ ହିଁ ତାଙ୍କୁ ଉଦ୍ଧାର କରିଥିଲେ । ସେହି ଦିନ ଠାରୁ ଶନିଦେବ ହନୁମାନଙ୍କୁ ଏକ ବର ଦେଇଥିଲେ ଯେ ଯଦି କୌଣସି ବ୍ୟକ୍ତି ଶନିଦେବଙ୍କ ପୂଜା କରିବା ପରେ ଶ୍ରୀହନୁମାନଙ୍କ ପୂଜା କରନ୍ତି ତେବେ ସେହି ବ୍ୟକ୍ତି ଉପରେ ଶନିଦେବ ନିଜର କୋପ ଦୃଷ୍ଟି ପକାଇବେ ନାହିଁ । ତେଣୁ ପ୍ରତ୍ୟେକ ଥର ଶନିଦେବଙ୍କ ପୂଜା କରିବା ପରେ ଶ୍ରୀହନୁମାନଙ୍କ ପୂଜା କରାଯାଏ । ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପିତ କରିବାର ବିଧାନ ରହିଛି । ତେଣୁ ସକାଳେ ଜଳ ଅର୍ପିତ କରି ସନ୍ଧ୍ୟା ସମୟରେ ଏକ ଦୀପ ଜଳାଇ ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରକୁ ଆଗମନ କରନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ