ଖେଳ

ପ୍ରତ୍ୟାବର୍ତନରେ ଆର୍ଚର୍‌ଙ୍କ ଚମକ

ଲଣ୍ଡନ୍‌ : ଆହତ କାରଣରୁ ଦୀର୍ଘ ଦେଢ଼ ମାସ ହେବ କ୍ରିକେଟ୍‌ ପଡିଆରୁ ଦୂରେଇ ରହିଥିବା ଇଂଲିସ୍ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍‌କୁ ଫେରିଛନ୍ତି। ସସେକ୍ସ ପାଇଁ ସେ କାଉଣ୍ଟି ପ୍ରତିଯୋଗିତାରେ ଖେଳି ପ୍ରଥମ ଶ୍ରେଣୀ କ୍ରିକେଟକୁ ପ୍ରତ୍ୟାବର୍ତନରେ ଚମକ ଛାଡ଼ିଛନ୍ତି। ଗୁରୁବାରଠାରୁ ଆରମ୍ଭ ହୋଇଥିବା କେଣ୍ଟ୍ ବିପକ୍ଷ ମ୍ୟାଚ୍‌ରେ ୨ ୱିକେଟ୍‌ ଅକ୍ତିଆର କରିଛନ୍ତି। ସେ ୧୩ ଓଭର ବୋଲିଂ କରି ୨୯ ରନ୍‌ ବିନିମୟରେ ଜାକ୍‌ କ୍ରଲି ଓ କେଣ୍ଟ ଅଧିନାୟକ ବେଲ୍‌ ଡ୍ରୁମଣ୍ଡ୍‌ଙ୍କ ୱିକେଟ୍‌ ଦଖଲ କରିଥିଲେ। ଫଳରେ କେଣ୍ଟ ପାଳି ୧୪୫ରେ ସୀମିତ ରହିଥିଲା।

୨୦୧୮ ମସିହା ସେପ୍ଟେମ୍ବର ପରେ ଏହା ଆର୍ଚରଙ୍କ ପ୍ରଥମ କାଉଣ୍ଟି ମ୍ୟାଚ୍‌। ଏହି ମ୍ୟାଚ୍‌ ମଧ୍ୟ ଆର୍ଚରଙ୍କ ପାଇଁ ଫିଟନେସ୍‌ ପ୍ରମାଣର ମାଧ୍ୟମ ହୋଇଛି। ‘‘ମୋ ଫିଟ୍‌ନେସ୍‌ ଚମତ୍କାର ରହିଛି। ମୁଁ ଭାବୁଛି, ବୋଲିଂ ଠିକ୍‌ଠାକ୍‌ ଅଛି’’ ବୋଲି ଆର୍ଚର କହିଛନ୍ତି। ଆହତ ପରବର୍ତୀ ଅସ୍ତ୍ରୋପଚାର କାରଣରୁ ଆର୍ଚର ମଧ୍ୟ ଆଇପିଏଲ୍‌ ଖେଳିପାରିନଥିଲେ। ଶେଷ ଥର ପାଇଁ ସେ ମାର୍ଚ୍ଚ ୨୦ ତାରିଖରେ ଭାରତ-ଇଂଲଣ୍ଡ ପଞ୍ଚମ ଟ୍ବେଣ୍ଟି-୨୦-ରେ ଖେଳିଥିଲେ। ଜୁନ୍‌ ୨ ତାରିଖରୁ ନ୍ୟୁଜିଲାଣ୍ଡ୍ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେବାକୁ ଥିବାରୁ ଜାତୀୟ ଦଳକୁ ପ୍ରତ୍ୟାବର୍ତନ ଲାଗି ଆର୍ଚରଙ୍କ ପାଇଁ କାଉଣ୍ଟି ପ୍ରତିଯୋଗିତା ସୁଯୋ

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ