ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରତିଶ୍ରୁତି ଦେଇ ପାଳନ ନକରିବା‌ରେ ବି ସର୍ବଶ୍ରେଷ୍ଠ ରେକର୍ଡ କରିଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ବର : ଦେଶର ଦ୍ବିତୀୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡ କରିଛନ୍ତି ନବୀନ ପଟ୍ଟନାୟକ। ଏହାକୁ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କଟାକ୍ଷ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ। ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ଶାସନ କାଳରେ କିଛି ରେକର୍ଡ ସୃଷ୍ଟି ହୁଏ ଏବଂ ତାହା ହେଉଛି ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନକରିବା।

ADVERTISEMENT

javascript:false

javascript:false

Ads by

ଶ୍ରୀ ମହାନ୍ତି ଟୁଇଟ୍ କରି କହିଛନ୍ତି ଯେ ଓଡ଼ିଶାର ପ୍ରତି ବ୍ଲକରେ ୩୫% ଜଳସେଚନ ବ୍ୟବସ୍ଥା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନକରିବାର ସର୍ବଶ୍ରେଷ୍ଠ ରେକର୍ଡ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅଛି। ମୋଦୀ ସରକାର ଘରେ ଘରେ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରିବା ପରେ ମଧ୍ୟ ପାଣି ଦେବା ପାଇଁ ଆପଣଙ୍କ ସରକାର ଆଜି ଅକ୍ଷମ।

ଶିଶୁ ଓ ଗର୍ଭବତୀ ମହିଳାଙ୍କ କୁପୋଷଣ ଓ ରକ୍ତହୀନତା ସମସ୍ୟାରେ ଆପଣ ରେକର୍ଡ ସୃଷ୍ଟି କରିଛନ୍ତି। ରାଜ୍ୟର ୬ ରୁ ୫୯ମାସର ଶିଶୁଙ୍କ ଭିତରେ ୪୨.୩% ରକ୍ତହୀନତା ଦେଖାଦେଇଛି । ୫ ରୁ ୯ବର୍ଷ ପିଲାଙ୍କ ଭିତରେ ୪୮.୮% ଏବଂ ୧୦ ରୁ ୧୯ବର୍ଷର ଝିଅଙ୍କ ମଧ୍ୟରେ ୫୯.୪%, ୬୨.୭% ଗର୍ଭବତୀ ମା’, ୬୮.୬% ସ୍ତନ୍ୟପାନ କରାଉଥିବା ମା’ ରକ୍ତହୀନତାରେ ଶିକାର ହୋଇଛନ୍ତି। ୨୦ଟି ଜିଲ୍ଲାରେ ଶିଶୁମାନଙ୍କର ବୟସ ତୁଳନାରେ ଉଚ୍ଚତା କମ୍ ରହୁଛି। ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ଓଡ଼ିଶା ମହିଳା ବିରୋଧୀ ହିଂସା ଓ ଅପରାଧିକ ମାମଲା ସଂଖ୍ୟାରେ ରେକର୍ଡ ସୃଷ୍ଟି କରିଛି, ଯାହା ଆପଣଙ୍କ ସରକାରର ଉପଲବ୍ଧି। ବର୍ଷ ବର୍ଷ ଧରି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ସକ୍ଷମ ହୋଇନାହାନ୍ତି, ଏହା ମଧ୍ୟ ଆପଣଙ୍କର ଏକ ରେକର୍ଡ।

୨୩ ବର୍ଷରେ ଆପଣଙ୍କ ବଡ଼ ଉପଲବ୍ଧି ହେଲା, ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ମଞ୍ଚ ବନ୍ଧା ଓ ଚେୟାର ପକାଇବା କାମରେ ଲଗାଇ ସଚିବଙ୍କୁ ବୁଲାଇ ଲୋକଙ୍କ ସମସ୍ୟା ବୁଝିବା, ଯାହା କେବେ ଭାରତୀୟ ରାଜନୈତିକ ଇତିହାସରେ ଘଟିନଥିବ, ଏହା ହେଉଛି ଶ୍ରେଷ୍ଠ ପ୍ରଶାସକଙ୍କର ସର୍ବଶ୍ରେଷ୍ଠ ରେକର୍ଡ। ଏଭଳି ରେକର୍ଡରୁ ଆଗାମୀ ଭବିଷ୍ୟତ କ’ଣ ଶିଖିବ, ତାହା ବଡ଼ ଚିନ୍ତାର ବିଷୟ। ଶେଷରେ ଶ୍ରୀ ମହାନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭାଷାକୁ ଉଦୃତ କରି ଉଲ୍ଲେଖ କରିଛନ୍ତି ଯେ, ‘ମାନବ ଜୀବନ ନୁହଇଁ କେବଳ, ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକା ତା’ର, ଜୀବନର ମାନଦଣ୍ଡ’ । ତେଣୁ ଦୀର୍ଘ ସମୟ ଶାସନ ବ୍ୟବସ୍ଥା ନୁହେଁ ବରଂ କର୍ମରୁ ମଣିଷର ପରିଚୟ ବୁଝାପଡ଼େ ବୋଲି ଶ୍ରୀ ମହାନ୍ତି ଟୁଇଟ୍‌ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।