ଖେଳ ଦେଶ ବିଦେଶ

ପ୍ରତିଯୋଗିତା ଗୋଟିଏ, ବୟସ ସମାନ : ହେଲେ ଜଣେ ପାଇଲେ ସ୍ୱର୍ଣ୍ଣ ଆଉ ଜଣଙ୍କୁ ମିଳିଲା ରୌପ୍ୟ

ଟୋକିଓ ୨୬/୭: ଅଲିମ୍ପିକ୍ସର ଚତୁର୍ଥ ଦିନରେ ବେଶ ଦମ ଦେଖାଇଥିଲେ କିଶୋର ଖେଳାଳି । ତେବେ ସବୁଠାରୁ ବଡ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ୧୩ ବର୍ଷର ଦୁଇ କିଶୋରୀ ଖେଳାଳି । ପ୍ରତିଯୋଗିତା ଥିଲା ସ୍କେଟ୍ ବୋର୍ଡିଂ । ପଦକ ପାଇଁ ଚାଲିଥିଲା ଫାଇଟ୍ । ଯେଉଁଥିରେ ଜାପାନର ନିଶିଆ ମୋମୋଜି ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ରୌପ୍ୟ ପଦକ ହାସିଲ କରିଥିଲେ ବ୍ରାଜିଲର ରାଇସା ଲିଲ୍ ।

ଆଶ୍ଚର୍ଯ୍ୟଜନକ କଥା ହେଉଛି ଉଭୟ ଖେଳାଳିଙ୍କ ବୟସ ମାତ୍ର 13 ବର୍ଷ ଥିଲା । ମହିଳା ସ୍କେଟବୋର୍ଡିଂ ଇଭେଣ୍ଟରେ ଜାପାନର ୧୮ ବର୍ଷୀୟା ଫୁନା ନାକାୟାମା ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହି ତିନୋଟି ଖେଳାଳିଙ୍କ ପାଇଁ ଏହା ପ୍ରଥମ ଅଲିମ୍ପିକ୍ସ ଥିଲା । ଆଉ ଏହି ତିନି ଖେଳାଳିଙ୍କ ପ୍ରଥମ ପ୍ରଦର୍ଶନ ବି ଚମତ୍କାର ଥିଲା ।

ଆଉ ସେ ଦେଶ ପାଇଁ ପଦକ ଜିତି ଇତିହାସ ମଧ୍ୟ ସୃଷ୍ଟି କରିଥିଲେ ଏହି ତିନି କିଶୋରୀ । ସ୍କେଟ୍ ବୋର୍ଡିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଜାପାନର ନିଶିୟା ମୋମୋଜି ଖୁସିରେ ଆତ୍ମହରା ହୋଇପଡିଥିଲେ । କାନ୍ଦି କାନ୍ଦି ସେ କହିଥିଲେ ଏହି ସଫଳତା ମୋମୋଜି ପାଇଁ ବଡ ଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ