କଳା ଓ ସଂସ୍କୃତି ଧର୍ମ

ପୌଷ ପୂର୍ଣ୍ଣିମାରେ କରନ୍ତୁ ଏହି କାମ: ପ୍ରାପ୍ତ ହେବ ସୁଖ ସମୃଦ୍ଧି, ପାପରୁ ମିଳିବ ମୁକ୍ତି

ଭୁବନେଶ୍ୱର ୨୮/୦୧ : ଜାନୁଆରୀ ୨୮ ତାରିଖ ଗୁରୁବାର ପୌଷ ପୂର୍ଣ୍ଣିମା। ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ତିଥିରେ ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ ବିଶ୍ୱାସ ରହିଛି ଯେ ପୌଷ ପୂର୍ଣ୍ଣିମା ଦିନ ସଙ୍ଗମ କୂଳରେ କଳ୍ପବାସ କରିବା, ବ୍ରତ ପାଳନ କରିବା ଓ ଗଙ୍ଗା ସ୍ନାନ କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ। ଏହାସହ ବ୍ୟକ୍ତି ଜନ୍ମ ମାରନା ବନ୍ଧନରୁ ମୁକ୍ତ ହୋଇଥାନ୍ତି। ଏହି ଦିନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ପୌଷ ପୂର୍ଣ୍ଣିମା ଦିନ ଆବଶ୍ୟକୀୟ ଓ ଗରିବଙ୍କୁ ଦାନ କଲେ ଶୁଭ ଫଳ ମିଳିଥାଏ।

ଚଳିତ ବର୍ଷ ପୌଷ ପୂର୍ଣ୍ଣିମାରେ ଗୁରୁ ପୂର୍ଣ୍ଣିମା ଯୋଗ ରହିଛି। ଏହା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ହିନ୍ଦୁ ଧର୍ମ ଅନୁସାରେ ପୌଷ ପୂର୍ଣ୍ଣିମାରେ କିଛି ଖାସ କାମ କଲେ ଜୀବନରେ ସୁଖ ସମୃଦ୍ଧି ଆସିଥାଏ, ଧନ ଅଭାବ ହୋଇନଥାଏ। ପୌଷ ପୂର୍ଣ୍ଣିମାରେ କଣ କଣ କଲେ ଲାଭ ମିଳିବ ଜାଣନ୍ତୁ :


* ପୌଷ ପୂର୍ଣ୍ଣିମା ଦିନ ସକାଳେ ଉଠି ସ୍ନାନ କରି ବ୍ରତ ପାଳନ କରନ୍ତୁ। ରାତିରେ ଧୂପ, ଫୁଲ, ଦୀପ, ଅନ୍ନ, ଗୁଡରେ ଚନ୍ଦ୍ର ପୂଜା କରନ୍ତୁ। ଏହାପରେ ଏକ କଳସରେ ଜଳ ଭର୍ତ୍ତି କରି ଦାନ କରନ୍ତୁ। କିଛି ଖାଦ୍ୟ ସାମଗ୍ରୀ ମଧ୍ୟ ଦାନ କରନ୍ତୁ।

* ପୌଷ ପୂର୍ଣ୍ଣିମାରେ ଯମରାଜାଙ୍କୁ ସ୍ମରଣ କରି ପାଣି ଭର୍ତ୍ତି କଳସ ଓ କିଛି ଖାଦ୍ୟ ବା ବ୍ୟଞ୍ଜନ ଦାନ କଲେ ୧୦୦ ଗାଈ ଦାନ ବରାବର ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ।

* ପୌଷ ପୂର୍ଣ୍ଣିମା ଦିନ ବ୍ରାହ୍ମଣଙ୍କୁ ଦାନ କଲେ ବିଶେଷ ଫଳ ମିଳିଥାଏ। ଏହି ଦିନ ୫ କିମ୍ବା ୭ ବ୍ରାହ୍ମଣଙ୍କୁ ଛତୁଆ, ଚିନି, ଗୁଡ ଓ ରାଶି ଲଡୁ ଦାନ କଲେ ମନବାଞ୍ଛା ପୂରଣ ହୋଇଥାଏ।

* ପୌଷ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ରାଶି, ଶୁଦ୍ଧ ଗୁଆ ଘିଅ ଓ ଚିନି ଦାନ କଲେ ବ୍ୟକ୍ତିଙ୍କ ସବୁ ଇଚ୍ଛା ପୁରା ହୋଇଥାଏ।

* ପୌଷ ପୂର୍ଣ୍ଣିମା ଦିନ ପବିତ୍ର ଗଙ୍ଗା ନଦୀରେ ସ୍ନାନ କଲେ ଜନ୍ମ ଜନ୍ମର ପାପ ଓ ଦୋଷରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।

* ପୌଷ ପୂର୍ଣ୍ଣିମା ଦିନ ଯଜ୍ଞରେ ରାଶି ଓ ଚିନି ଆହୁତି ଦେଲେ ଶୁଭଫଳ ପ୍ରାପ୍ତ ହୋଇଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ