ରାଜ୍ୟ ସ୍ପେଶାଲ ରିପୋର୍ଟ

ପୌର ଉପନିର୍ବାଚନରେ ବିଜେଡିର ବାଜିମାତ: ବି‌ଜେଡି ହାତରେ ରହିଲା ଘୁ ଉଦୟଗିରି ଅଧ୍ୟକ୍ଷ ପଦ

ଭୁବନେଶ୍ବର: ଆଜି ତିନିଟି ପୌରପାଳିକାର ତିନିଟି ୱାର୍ଡ ଓ ଗୋଟିଏ ଏନ୍ଏସି ଅଧ୍ୟକ୍ଷ ପଦବି ପାଇଁ ହୋଇଥିବା ଉପନିର୍ବାଚନରେ ବିଜେଡିର ବାଜିମାତ ହୋଇଛି। କନ୍ଧମାଳ ଜିଲ୍ଲାର ଘୁ ଉଦୟଗିରି ଏନ୍ଏସି ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦେବସ୍ମିତା ଶତପଥୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ରଞ୍ଜିତା ନାୟକଙ୍କୁ ୨୩୫୫ ଭୋଟ୍‌ରେ ପରାସ୍ତ କରିଛନ୍ତି। ଦେବସ୍ମିତା ୩,୧୧୧ ଖଣ୍ଡ ଭୋଟ ପାଇଛନ୍ତି। ଘୁ ଉଦୟଗିରି ଏନ୍ଏସି ପୂର୍ବରୁ ବିଜେଡି ଦଖଲରେ ଥିଲା ଏବଂ ପୂର୍ବତନ ଅଧ୍ୟକ୍ଷାଙ୍କ ପରଲୋକ ଯୋଗୁ ଏହି ଆସନଟି ଖାଲି ପଡ଼ିଥିଲା।

ଚିକିଟି ଏନ୍ଏସିର ୩ ନମ୍ବର ୱାର୍ଡରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହରପ୍ରସାଦ ଚୌଧୁରୀ ଏକପାଖିଆ ବିଜୟ ହାସଲ କରିଛନ୍ତି। ଏଠାରେ ମୋଟ୍ ୫୦୧ ଜଣ ମତଦାତା ଭୋଟ ଦେଇଥିଲା ବେଳେ ବିଜେଡି ପ୍ରାର୍ଥୀ ୪୮୪ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଜଗତସିଂହପୁର ପୌରପାଳିକାର ୬ ନମ୍ବର ୱାର୍ଡରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୋଜାଲିନ୍ ଦାଶ ଖଣ୍ଡିଏ ଭୋଟରେ ବିଜୟ ହାସଲ କରିଛନ୍ତି। ସେ ୪୦୭ ଖଣ୍ଡ ଭୋଟ ପାଇଥିଲା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ୪୦୬ ଖଣ୍ଡ ଭୋଟ ପାଇଛନ୍ତି। ଯୋଡ଼ା ପୌରପାଳିକାରେ ୮ ନମ୍ବର ୱାର୍ଡରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଶୁଭମ୍ ନାୟକ ୫୭୭ ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି। ଏହି ସବୁ ଆସନରେ ଗତକାଲି ଭୋଟ ଗ୍ରହଣ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।