ଅପରାଧ ରାଜ୍ୟ

ପୋଲ ତଳକୁ ଖସିପଡ଼ିଲା ବାଇକ୍, ଦୁଇ ଗୁରୁତର

ସୋର ୧୫।୦୫ : ନିର୍ମାଣାଧୀନ ପୋଲ ତଳକୁ ଖସିପଡ଼ିଲା ବାଇକ୍। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋର ରାଣୀତାଲ-କୁପାରୀ ରାସ୍ତା ଚନ୍ଦନପୁର ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଡା ଗାଁର ଶୁଭାଶିଷ ରାୟ ଓ ଦୁଃଖିରାମ ମହାନ୍ତି ଜଳଙ୍ଗ ତେଲ ଟାଙ୍କିରୁ ତେଲ ପକାଇ ଫେରୁଥିଲେ । ହଠାତ୍‌ ଏହି ସମୟରେ ପୋଲ ପାଇଁ ଖୋଳାଯାଇଥିବା ଗାତରେ ଖସିପଡିଥିଲେ । ସ୍ଥାନୀୟ ଲୋକେ ଓ ଅଡା ଦମକଳ ବାହିନୀ ଖଵର ପାଇ ଉଦ୍ଧାର କରିଥିଲେ। ପ୍ରଥମେ ସିମୁଳିଆ ପରେ ଭଦ୍ରକ ମେଡିକାଲ ଭର୍ତ୍ତି କରିଥିଲେ । ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏହି ପୋଲ ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସାଧାରଣରେ ଭୟ ସୃଷ୍ଟି ହେଉଛି । ଦୀର୍ଘ ଦିନ ହେବ ନିର୍ମାଣଧୀନ ପୋଲ କାର୍ଯ୍ୟ ଶୀଘ୍ର ସାରିଵାକୁ ସାଧାରଣରେ ଦାବି ହେଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।