ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ପୋଲିସ ଓ ଗଣମାଧ୍ୟମ ମଧ୍ୟରେ କ୍ରିକେଟ ସିରିଜ ଆରମ୍ଭ, ପ୍ରଥମ ମ୍ୟାଚ୍‌ରେ ପୋଲିସ ଟିମ୍ ବିଜୟୀ

ଫୁଲବାଣୀ ୨୦।୦୫ : ପୋଲିସ ଓ ପ୍ରେସ୍‌ ମଧ୍ୟରେ ତିନିଦିନିଆ କ୍ରିକେଟ୍‌ ସିରିଜ୍‌ ଆରମ୍ଭ । ପ୍ରଥମ ଦିନରେ ପୋଲିସ ଟିମ୍‌ ୮ ଓ୍ୱିକେଟ୍‌ରେ ବିଜୟୀ ହୋଇଛି । ପୋଲିସ ଓ ଗଣମାଧ୍ୟମ ମଧ୍ୟରେ ସଭାବ ଓ ସୁସଂପର୍କ ବୃଦ୍ଧି କରିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି ।

ତେବେ ୧୫ ଓଭର ବିଶିଷ୍ଟ ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ପ୍ରେସ୍‌ କ୍ଲବ ବ୍ୟାଟିଂ କରିଥିଲା । ଦଳ ମୋଟ ୫୬ ରନ୍‌ ସଂଗ୍ରହ କରି ଅଲ୍‌ଆଉଟ୍‌ ହୋଇଯାଇଥିଲେ । ଟାର୍ଗେଟକୁ ପିଛା କରି ପୋଲିସ ଟିମ୍‌ ମାତ୍ର ୨ ଟି ଓ୍ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିଥିଲା । ପୋଲିସ ଆର୍‌ଆଇ ଧର୍ମେନ୍ଦ୍ର ପ୍ରଧାନ ଟିମ୍‌ର ନେତୃତ୍ୱ ନେଇ ନିଜେ ସୁନ୍ଦର ଭାବେ ଖେଳି ଟିମ୍‌କୁ ବିଜୟୀ କରାଇଥିଲେ ।

ସେପଟେ ଗଣମାଧ୍ୟମ ଟିମ୍‌ର ଅଧିନାୟକ ଶିବ ସୁନ୍ଦର ନାୟକ ଓ ଉପ-ଅଧିନାୟକ ବାଳକୃଷ୍ଣ ଚର୍ଚ୍ଚି ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଥିଲେ । କିନ୍ତୁ ଟିମ୍‌କୁ ବିଜୟୀ କରିବାରେ ବିଫଳ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ରମେଶ ପ୍ରଧାନ, ଶିବରାମ ନାୟକ, ଅଜିତ ମହାରଣା, ଜୟ ସେନ ପରିଡା, ବିକାଶ ମିଶ୍ର, ସୂର୍ଯ୍ୟ ବେହେରା, ରଂଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ