ଅପରାଧ ରାଜ୍ୟ

ପୋଲିସକୁ ମାଓବାଦୀଙ୍କ ଖୋଲା ଚ୍ୟାଲେଞ୍ଜ, ସକାଳେ ମୃତ୍ୟୁଦଣ୍ଡ ଓ ସନ୍ଧ୍ୟାରେ ଜାଳିଦେଲେ ଜେସିବି-ଟ୍ରାକ୍ଟର

ବାଲିଗୁଡା ୨୫/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ନିକଟ ଜଙ୍ଗଲରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହେବା ଦଶ ଦିନ ନପୂରୁଣୁ ମାଓବାଦୀ ମାନେ ପୋଲିସକୁ ଚାଲେଞ୍ଜ ଦେଇଛନ୍ତି । ଏବେ ରକ୍ତ ମୁଖା ଲାଲବାହିନୀ ।

ପୋଲିସ ଇନଫର୍ମର ସନ୍ଦେହରେ ବାଲିଗୁଡା ଥାନା ଟିକରବାଜୁ ଗ୍ରାମର ନୀଳକଣ୍ଠ ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ସନ୍ଧ୍ୟାରେ ଜାର୍ଗୀ ନିକଟରେ ଠିକା ସଂସ୍ଥା କରୁଥିବା ରାସ୍ତା କାମକୁ ବିରୋଧ କରିଛନ୍ତି । ଫଳରେ ଗୋଟିଏ ଜେସିବି ଏବଂ ଗୋଟିଏ ଟ୍ରାକ୍ଟର ପୋଡି ଦେଇଛନ୍ତି । ସନ୍ଧ୍ୟା ପ୍ରାୟ ଛଅଟା ତିରିଶି ମିନିଟ ବେଳେ ଠିକା ସଂସ୍ଥାର କର୍ମଚାରୀଙ୍କୁ ବାହାରି ଯିବାକୁ କହି ପୋଡାଜଳା କରିଛନ୍ତି ।

ଏହାସହ ଘଟଣାସ୍ଥଳରେ ଛାଡି ଚାଲିଯାଇଛନ୍ତି ପୋଷ୍ଟର । ସେଥିରେ ଅନ୍ୟ ପୋଲିସ ଇନଫର୍ମର ମାନଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି । ସୁଡ୍ରା ଗାଁର ଠିକାଦାର, ପଟାଙ୍ଗୀ ଗାଁ ମୁଖିଆଙ୍କ ସହ ବିଭିନ୍ନ ଗାଁର ଲୋକମାନଙ୍କୁ ପୋଲିସ ସୂଚନାଦାତା ଭାବେ କାମ କରୁଛି । ଏହାକୁ ବିରୋଧ କରି ପୋଷ୍ଟର ବ୍ୟାନର ମାଧ୍ୟମରେ ଚେତାବନୀ ଦେଇଛନ୍ତି ମାଓବାଦୀ ।

ଖୁବ ଶୀଘ୍ର ପୋଲିସର ସୂଚନା ଦାତା କାମ ଛାଡ଼ିଦେବାକୁ ଦିଆଯାଇଛି ସତର୍କବାଣୀ । ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ କେକେବିଏନ ଡିଭିଜନ ପୋଲିସ ଇନଫର୍ମର ହତ୍ୟା କରିଥିବା ଉଲ୍ଲେଖ ରହିଛି । ତେବେ ଏହି ପୋଷ୍ଟର ଲଗାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।