ମାଲକାନଗିରି ୧୬/୦୫: ମାଲକାନଗିରି ପୋଲିସକୁ ଆକ୍ରମଣ ଘଟଣାରେ ମାଟି ଖାଲ ଗ୍ରାମରେ ଅଭିଯୁକ୍ତଙ୍କୁ ଧରିବା ପାଇଁ କୋରାପୁଟ ପୋଲିସର ଚଢାଉ । ଶୁକ୍ରବାର ରାତି ଅଧରେ ମାଲକାନଗିରି ପୋଲିସର ଚଡାଉ । ଚଡାଉ ସମୟରେ ଗାଁ ଲୋକଙ୍କ ହାବୁଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗାଁରେ ମାଲକାନଗିରି ଜିଲ୍ଲା ପୋଲିସ ଗଞ୍ଜେଇ ଗଛିତ ଥିବାନେଇ ଚଡାଉ କରିଥିଲା ।
ଗଞ୍ଜେଇ ରେଡ଼ କରିବା ନିମନ୍ତେ ଗାଁ ଭିତରକୁ ପଶିଥିଲେ । ପ୍ରଥମେ ଗାଁର କିଛି ଲୋକଙ୍କ ଘରର କବାଟକୁ ବାଡାଇ ଥିଲେ ଏବଂ ଘର ଭିତରେ ପଶି ଲୋକଙ୍କୁ ଭୟଭୀତ କରିଥିଲେ । ପୋଲିସ ଚଡାଉ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଥିଲେ । ପରେ ଗାଁ ସମସ୍ତେ ଏକତ୍ରିତ ହୋଇ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କରିଥିଲେ ।
ପରେ ପୋଲିସ ଲୋକଙ୍କୁ ଭୟଭୀତ କରିବା ପାଇଁ ୮ରୁ ୧୦ଟି ଗୁଳି ଖୋଲା ଆକାଶରେ ଚଳାଇଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ଗୁଳି ଶବ୍ଦକୁ ମଧ୍ୟ ଲୋକେ ଭୟ ନ କରି ପ୍ରତିବାଦ କରିଥିଲେ । ପରେ ପୁଲିସ କର୍ମଚାରୀ ଗ୍ରାମବାସୀଙ୍କ ଆକ୍ରମଣରେ ଛତ୍ର ଭଙ୍ଗ ଦେଇଥିଲେ । ଜଣେ ପୋଲିସ କର୍ମଚାରୀ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ ।
ଗାଁ ଲୋକେ ପୋଲିସ କର୍ମଚାରୀ ଜଣକୁ ଚୋର ଭାବି ମାଡମାରି ଥିଲେ । ଅନ୍ୟପଟେ ପୋଲିସ ବ୍ୟବହାର କରୁଥିବା ୨ଟି ବାଇକକୁ ମଧ୍ୟ ଗ୍ରାମବାସୀ ଜବତ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ମଧ୍ୟ ରାତ୍ରରେ ମାଟିଖାଲ ଗାଁରେ ପୁଲିସ ନାମରେ ଡକାୟତ ମାନେ ପଶି ଡ଼କାୟତ କରୁଥିବା ଯୋଗୁଁ ଗ୍ରାମବାସୀ ପ୍ରତିବାଦ କରିଥିଲେ ।
ଗାଁ ଲୋକଙ୍କୁ ପୁଲିସ କର୍ମଚାରୀ ମାନେ ଓଲଟା ଭୟଭୀତ କରିଥିଲେ ବୋଲି ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଥିଲେ । ଏପଟେ ଅଟକ ପୋଲିସ କର୍ମଚାରୀ ମାଲକାନଗିରି ଜିଲ୍ଲା SDPOଙ୍କ ନିର୍ଦ୍ଦେଶରେ ମାଟିଖାଲ ଗାଁରେ ଗଞ୍ଜେଇ ରହିଥିବା ନେଇ ଗଞ୍ଜେଇ ରେଡ଼ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାଥିଲି, ଗୋବିନ୍ଦପାଳି ଓ ମାଲକାନଗିରି ପୁଲିସ ମିଳିତ ଭାବରେ ଚଡାଉ କରିଥିବା ଗ୍ରାମବାଦୀଙ୍କ ଦ୍ୱାରା ଅଟକ ପୋଲିସ କର୍ମଚାରୀ କହିଥିଲେ ।
ପରବର୍ତ୍ତୀ ସମୟରେ ମାଛକୁଣ୍ଡ ପୋଲିସ ଘଟଣା ସ୍ଥଳକୁ ଯାଇ ଆହତ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ଏହି ଘଟଣା କୁ ନେଇ ମାଛକୁଣ୍ଡ ଥାନରେ ମାଥିଲି ପୋଲିସ ଲିଖିତ ଅଭିଯୋଗ ପରେ ଆଜି ପୋଲିସ କଡ଼ା ପଦକ୍ଷେପ ନେଇଛି । ଗ୍ରାମରେ କୋରାପୁଟ , ମାଛକୁଣ୍ଡ ପୋଲିସ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ।