ଅପରାଧ ରାଜ୍ୟ

ପୋଲିସ୍‌ ଗାଡିକୁ ଢେଲା ମାରିବା ଘଟଣାରେ ଦୁଇ ଅଟକ, ସରପଞ୍ଚଙ୍କ ସଂପୃକ୍ତିଙ୍କୁ ନେଇ ଚର୍ଚ୍ଚା

ଭଦ୍ରକ ୦୬।୦୯ : ରାତିରେ ପୋଲିସ ଫୋର୍ସ ଗାଡିକୁ ଢେଲା ମାରିବା ଘଟଣା । ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଫୋର୍ସ ନେଇ ଯାଉଥିବା ଗାଡିଟି ହେଡ ଲାଇଟ୍‌ ମାରିବାରୁ କେତେକ ଯୁବକ ଢେଲା ମାରିଥିବା ସୂଚନା ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନରେ ଏମିତି ଘଟଣା ସାମ୍ନାକୁ ଆସିଛି । ଧାମନଗର ଥାନା ଅଧିନରେ କାମ ସାରି ଏକ ପୋଲିସ ଫୋର୍ସ ଗାଡି ଫେରୁଥିଲା । ତେବେ ଗାଡିର ଲାଇଟ ହେଡ ମୋଡ଼ରେ ଥିବାରୁ ଯୁବକ ମାନେ ଢେଲା ମାରିଥିଲେ । ପରେ ଧାମନଗର ପୋଲିସ ଖବର ପାଇ ପ୍ରଥମେ ୩ ଜଣଙ୍କୁ ଅଟକ ରଖିଥିଲା । ତିନି ଅଟକ ଯୁବକଙ୍କ ମଧ୍ୟରୁ ଜଣେ ସରପଞ୍ଚ ହୋଇଥିବାରୁ ପର ମୁହୂର୍ତ୍ତରେ ତାଙ୍କୁ ଥାନାରୁ ଛଡା ଯାଇଥିବା ସୂଚନା ମିଳିଛି ।

ସେପଟେ ଧାମନଗର ଥାନା ଅଧିକାରୀ କହିଛନ୍ତି ଯେ, ଘଟଣା ସହ ସରପଞ୍ଚଙ୍କର କୌଣସି ସମ୍ପର୍କ ନାହିଁ । ତାଙ୍କୁ ଅଟକ ରଖାଯାଇନାହିଁ । ସେ କେବଳ ବୁଝାସୁଝା କରିବା ପାଇଁ ଆସିଥିଲେ । ତେବେ ଏହି ଘଟଣାରେ ସରପଞ୍ଚଙ୍କ ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।