ସାଲେପୁର ୨୪/୦୭: ପୋଖରୀରେ ଭାସୁଛି ମୃତଦେହ । କଟକ ସଦର ଅନ୍ତର୍ଗତ କିଶନ ନଗର ଥାନା ଅଧିନସ୍ତ ସାଇଁପରୁଆ ଗ୍ରାମର ଥିବା ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତଦେହଟି ପୃଥ୍ୱୀରାଜ ସାହୁଙ୍କ ବୋଲି ଜଣାପଡିଛି ।
ସୂଚନାନୁସାରେ, ପୃଥ୍ୱୀରାଜ ଇସାଣି ବ୍ରହ୍ମପୁର ପଞ୍ଚାୟତର ଦୁଇଥର ସରପଞ୍ଚ ଥିଲେ। ଶନିବାର ରାତିରୁ ସେ ଘରକୁ ଫେରିନଥିଲେ । ଫଳରେ ପରିବାର ଏବଂ ଗ୍ରାମବାସୀ ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ । ହେଲେ ରବିବାର ତାଙ୍କ ମଶରୀରକୁ ପୋଖରୀରେ ଭାସୁଥିବାର ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନଥିବା ଜଣାପଡିଛି । ଏବେବି ମୃତଦେହ ପୋଖରୀ ଭିତରୁ ଉଦ୍ଧାର ହୋଇନଥିବା ଜଣାପଡିଛି ।