ଅପରାଧ ରାଜ୍ୟ

ପୋଖରୀକୁ ଗାଧୋଇବାକୁ ଯାଇ ମହିଳା ନିଖୋଜ, ଏବେ ଯାଏଁ ମିଳିନି ପତ୍ତା

ସୋନପୁର ୨୮।୦୯: ଗାଧୋଇବାକୁ ଯାଇ ପୋଖରୀରୁ ମହିଳା ନିଖୋଜ । ପୋଖରୀରେ ବୁଡିଯାଇଥିବା ସନ୍ଦେହରେ ସ୍ଥାନୀୟ ଲୋକଙ୍କ ସହ ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଖୋଜା ଖୋଜି ଜାରି ରହିଛି । ସୋନପୁର ଜିଲ୍ଲା ସୋନପୁର ଥାନା ହରଡଖୋଲର ଘଟଣା ।

ଖବର ଅନୁଯାୟୀ, ମଙ୍ଗଳବାର ସକାଳୁ ହରଡଖୋଲ ଗାଁର ହେମଲତା ମେହେର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ତେବେ କିଛି ସମୟ ପରେ ସେ ନିଖୋଜ ଥିବା ଲୋକ ଖବର ପାଇଥିଲେ । ଗାଧୁଆ ତୁଠରେ ଏକ ବାଲଟି ଓ ତାଙ୍କ ଚପଲ ଥିବା ଲୋକ ଦେଖିଥିଲେ । ଏନେଇ ପରିବାର ଲୋକଙ୍କ ପକ୍ଷରୁ ପୋଖରୀରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ତେବେ କିଛି ସମୟ ଖୋଜିବା ପରେ ନମିଳିବାରୁ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏବେ ଯାଏଁ ନିଖୋଜ ମହିଳାଙ୍କର କୌଣସି ପତ୍ତିମିଳିନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।