ଦେଶ ବିଦେଶ

ପେଟିଏମ୍ ଅଧ୍ୟକ୍ଷ ପଦ ଛାଡ଼ିଲେ ବିଜୟ ଶେଖର ଶର୍ମା

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ବିଜୟ ଶେଖର ଶର୍ମା ପେଟିଏମ୍ ପେମେଣ୍ଟ୍ ବ୍ୟାଙ୍କର ପାର୍ଟ ଟାଇମ୍ ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ପେଟିଏମର ମୂଳ କମ୍ପାନି ଓ୍ଵାନ୍-୯୭ କମ୍ୟୁନିକେସନ୍ ଲିମିଟେଡ୍ (ଓସିଏଲ୍) ସୋମବାର ଏକ ନିୟାମକ ଫାଇଲିଂରେ କହିଛି ଯେ ପେଟିଏମ୍ ପେମେଣ୍ଟବ୍ୟାଙ୍କ ଲିମିଟେଡ୍ (ପିପିବିଏଲ୍) ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସନ ଶ୍ରୀଧରଙ୍କ ନିଯୁକ୍ତି ସହିତ ଏହାର ବୋର୍ଡ ଅଫ୍ ଡାଇରେକ୍ଟର୍ସର ପୁନର୍ଗଠନ କରିଛି। ନବଗଠିତ ବୋର୍ଡରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଦେବେନ୍ଦ୍ରନାଥ ଷଡ଼ଙ୍ଗୀ, ବ୍ୟାଙ୍କ ଅଫ୍ ବରୋଦାର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶୋକ କୁମାର ଗର୍ଗ ଓ ଅବସରପ୍ରାପ୍ତ ଆଇଏଏସ୍ ରଜନୀ ସେଖରୀ ସିବଲଙ୍କୁ ସାମିଲ କରାଯାଇଛି। ନିକଟରେ ସେ ଜଣେ ସ୍ୱାଧୀନ ନିର୍ଦ୍ଦେଶକ ଭାବେ ବ୍ୟାଙ୍କରେ ଯୋଗ ଦେଇଥିଲେ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ ବିଆଇ) ବ୍ୟାଙ୍କକୁ ନୂଆ ଗ୍ରାହକ ଯୋଡ଼ିବା ଏବଂ ଋଣ ଦେବା ଉପରେ ରୋକ୍ ଲଗାଇଥିଲା। ବ୍ୟାଙ୍କର କେୱାଇସି ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ଏହି ନିଷେଧାଦେଶ ଜାରି କରାଯାଇଥିଲା ।

ପେଟିଏମ୍ ପେମେଣ୍ଟବ୍ୟାଙ୍କ ୨୦୧୭ରେ ସ୍ଥାପିତ ହୋଇଥିଲା। ଏହା ଭାରତର ସର୍ବବୃହତ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ