ଅପରାଧ ରାଜ୍ୟ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଚିକିତ୍ସା ପାଇଁ ଏସସିବି ସ୍ଥାନାନ୍ତର

ସାଲେପୁର ୧୭/୦୬: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ମରଣାନ୍ତକ ଆକ୍ରମଣ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଗ୍ରାମରୁ । ମାଛୁଆତି ଗ୍ରାମର ଅଜୟ କୁମାର ମଲ୍ଲିକ, ସନ୍ତୁ ରାଓ , ଶାଙ୍କି ନାୟକ ଓ ରିଣ୍ଟୁ ମଲ୍ଲିକ ମିଶି ସଂଘବଧଭାବେ କରିଥିଲେ ଆକ୍ରମଣ । ଆକ୍ରମଣରେ ମାଛୁଆତି ଗ୍ରାମର ରାକେଶ ସ୍ୱାଇଁ ଗୁରୁତର ।

ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ରାକେଶଙ୍କ ପିଠି ଓ ବେକରେ ହଣାଯାଇଛି ଓ ତାଙ୍କ ପାଖରୁ ସୁନା ଚେନ, ମୁଦି, ୫ହଜାର ଟଙ୍କାକୁ ମଧ୍ୟ ଛଡାଇ ନେଇଥିଲେ । ଏନେଇ ରାକେଶର ମା କାମିନୀ ସ୍ୱାଇଁ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ମାଛୁଆତି ଅଂଚଳରେ ସ୍ଵପ୍ନ ମହଲ ଯାତ୍ରାପାର୍ଟି ଯାତ୍ରା କରୁଥିଲା ।

ଏହି ଯାତ୍ରାରେ ମାଛୁଆତି ଅଞ୍ଚଳର ରାକେଶ ସ୍ୱାଇଁ ଓ ମନୁ ଜେନା ଯାତ୍ରା ପଡ଼ିଆରେ ଦୋକାନ କରିଥିଲେ । ମାଛୁଆତି ଗ୍ରାମର ଅଜୟ କୁମାର ମଲ୍ଲିକ, ସନ୍ତୁ ରାଓ , ଶାଙ୍କି ନାୟକ ଓ ରିଣ୍ଟୁ ମଲ୍ଲିକ ରାକେଶ ସ୍ୱାଇଁଙ୍କୁ ବାକି ମାଗିଥିଲେ । ରାକେଶ ସ୍ୱାଇଁ ବାକି ନ ଦେବାରୁ ୪ଜଣ ଯାକ ଯୁବକ ମିଶି ଫାର୍ସା ସାହାଯ୍ୟରେ ରାକେଶ ସ୍ୱାଇଁଙ୍କ ବେକ ଓ ପିଠିକୁ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ଯୁବକ ରାକେଶ ସ୍ୱାଇଁଙ୍କୁ ପ୍ରଥମେ ସାଲେପୁର ମେଡିକାଲରେ ଚିକିତ୍ସାପାଇଁ କରାଯାଇଥିଲା ଭର୍ତ୍ତି । ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।