ରାଜ୍ୟ ସ୍ପେଶାଲ ରିପୋର୍ଟ

ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଉଡ଼ିବ ଜାତୀୟ ପତାକା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସରେ ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉଡ଼ିବ। କୋଭିଡ୍‌ ସ୍ଥିତିକୁ ଦେଖି ଭର୍ଚୁଆଲ ନ ହେଲେ ଫିଜିକାଲ ମୋଡ୍‌ରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପତାକା ଉତ୍ତୋଳନ କରିବେ। ସମସ୍ତ ସ୍କୁଲ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉତ୍ସବରେ ଭାଗ ନେଇପାରିବେ। ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିଥିବାରୁ ପ୍ରତି ସ୍କୁଲ ପିଲା କ୍ରାଫ୍ଟ ପ୍ରକଳ୍ପ ପ୍ରସ୍ତୁତ କରିବେ ଏବଂ ତାହାକୁ ସୀମାରେ ନିୟୋଜିତ ଯବାନଙ୍କ ନିକଟକୁ ପଠାଇପାରିବେ। ତାହା କିଭଳି ଯବାନଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ କେନ୍ଦ୍ରୀୟ ବ୍ୟବସ୍ଥା କରାଯାଇଛି।

ଯଦି ସ୍କୁଲ ବନ୍ଦ ରହିଥାଏ, ତେବେ ପିଲାମାନେ ସେମାନଙ୍କ ଘରେ ରହି ପ୍ରକଳ୍ପ କରି ତାହାକୁ ପଠାଇ ପାରିବେ। ‘ୱେଷ୍ଟ ଟୁ ବେଷ୍ଟ’, ‌‘ୱେଷ୍ଟ ଟୁ ୱେଲ୍ଥ’ ଥିମ୍‌ରେ ପ୍ରକଳ୍ପଗୁଡ଼ିକ ପ୍ରସ୍ତୁତ ହେବା ଆବଶ୍ୟକ। ସମସ୍ତ କ୍ରାଫ୍ଟ ପ୍ରୋଜେକ୍ଟ/ମଡେଲ୍‌ଗୁଡ଼ିକ ଆରଡିସି ୱେବସାଇଟ୍‌ www.indianrdc.mod.gov.in ରେ ସ୍କୁଲ ନାମ ଓ ଅନ୍ୟାନ୍ୟ ତଥ୍ୟ ସହ ପ୍ରକାଶ ପାଇବ। ଶ୍ରେଷ୍ଠ ପ୍ରକଳ୍ପକୁ ଜାତୀୟସ୍ତରରେ ସମ୍ମାନିତ କରାଯିବ। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ବୀରଗାଥା’ ଓ ‘ବନ୍ଦେ ମାତରଂ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବେ। ୨୫ ତାରିଖ ସୁଦ୍ଧା ଶିକ୍ଷାନୁଷ୍ଠାନସ୍ତରରେ ବକ୍ତୃତା, ନାଟକ, ରଚନା ଲେଖନୀ, କ୍ଲାସ ପ୍ରୋଜେକ୍ଟ ପରି ପ୍ରତିଯୋଗିତା ଆୟୋଜନ କରି ୨୬ତାରିଖରେ ପୁରସ୍କାର ପ୍ରଦାନ କରିବାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।