ରାଉରକେଲା ୨୯।୦୮ : ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ମୃତକ ହେଲେ ମଙ୍ଗଳ ମୁଣ୍ଡା । ସୁନ୍ଦରଗଡ଼ କ.ବଲାଙ୍ଗ ଥାନା ଖଡିଆବାହାଲ ଗାଁରେ ଘଟିଛି ଏହି ଅଘଟଣ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଖବର ଅନୁଯାୟୀ, ମଙ୍ଗଳ ମୁଣ୍ଡା ଘରେ ଶୋଇଥିଲେ । ଏହି ସମୟରେ ସେହି ଗାଁର ଗାମୁଗା ମୁଣ୍ଡା ଆସି ମଙ୍ଗଳ ମୁଣ୍ଡା ସାଙ୍ଗରେ କୌଣସି କଥାକୁ ନେଇ ପାଟିତୁଣ୍ଡ କରିଥିଲେ । ପରେ ଉତ୍କ୍ଷିପ୍ତ ହୋଇ ଗାମୁଗା ଏକ କଟୁରୀରେ ମଙ୍ଗଳ ମୁଣ୍ଡାର ମୁଣ୍ଡକୁ ବାରମ୍ବାର ହାଣିଥିଲା । ଯାହାଫଳରେ ସେଠାରେ ପଡିଯାଇଥିଲେ ମଙ୍ଗଳ । ସ୍ଥାନୀୟଲୋକେ ମଙ୍ଗଳକୁ ମେଡିକାଲ ନେବା ବାଟର, ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଗାମୁଗାକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।