ଦେଶ ବିଦେଶ ମନୋରଞ୍ଜନ ରାଜନୀତି ରାଜ୍ୟ

ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ପରଲୋକ, ୨୦୦୯ରେ ବାରିପଦାରୁ ଜେଏମ୍‌ଏମ୍ ଟିକେଟ୍‌ରେ ଜିତିଥିଲେ

ଭୁବନେଶ୍ବର ୨୩।୨: ମୟୂରଭଞ୍ଜ ଜିଲ୍ଲା ବାରିପଦାର ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ଦେହାନ୍ତ ହୋଇଛି । ହୃଦଘାତ ଯୋଗୁଁ ବିମଳଲୋଚନ ଦାସଙ୍କ ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ବାରିପଦା ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି ।

ମୟୁରଭଞ୍ଜ ଜିଲ୍ଲାରେ ୧୯୩୬ ମସିହା ଅକ୍ଟୋବର ୧୧ତାରିଖରେ ଜନ୍ମଗ୍ରହଣ କରିଥିବା ବିମଳଲୋଚନ ଶୁଳିଆପଦା ବ୍ଲକ୍ ଉପାଧ୍ୟକ୍ଷ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ବିମଳଲୋଚନ ୨୦୦୯ରୁ ୨୦୧୪ ଯାଏଁ ବାରିପଦାରୁ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଟିକେଟରେ ସେ ବିଧାୟକ ହୋଇଥିଲେ । ଏହା ବ୍ୟତୀତ ସେ ବାରିପଦା ଅର୍ବାନ୍‌ କୋ-ଅପରେଟିଭ ବ୍ୟାଙ୍କ ସଭାପତି ମଧ୍ୟ ଥିଲେ ବିମଳଲୋଚନ ଦାସ । ତେବେ ସେହି ସମୟରେ ବାରିପଦା ଅର୍ବାନ୍‌ କୋ-ଅପରେଟିଭ ବ୍ୟାଙ୍କରେ ବ୍ୟାପକ ଅର୍ଥ ହେରଫେର ଓ ଅନିୟମିତତା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ସେହି ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ ବିମଳଲୋଚନ ।

ବିଧାନସଭାକୁ ଥରେ ନିର୍ବାଚିତ ବିମଳଲୋଚନ ଦାସ ପରବର୍ତ୍ତୀ ସମୟରେ ସକ୍ରିୟ ରାଜନୀତିରୁ ଦୂରରେ ରହିଥିଲେ । ବ୍ୟବସାୟରୁ ରାଜନେତା ହୋଇଥିବା ବିମଳଲୋଚନ ଦାସ କିଛି ଦିନ ସାମ୍ବାଦିକତା ମଧ୍ୟ କରିଥିଲେ । ଏହାସହ ସମାଜସେବାରେ ମଧ୍ୟ ସେ ସକ୍ରିୟ ଥିଲେ । ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ବିଭିନ୍ନ ଦଳର ନେତା, ସମାଜସେବୀ ଏବଂ ଜିଲ୍ଲାର ଅନେକ ଲୋକଙ୍କ ଭିଡ ଜମାଇଥିବା ଦେଖିବାକୁ ମିଳିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ