ଦେଶ ବିଦେଶ ସ୍ୱାସ୍ଥ୍ୟ

ପୂର୍ବତନ ଗୁପ୍ତଚର କହୁଛନ୍ତି, ପୁଟିନ୍‌ ଭୀଷଣ ଅସୁସ୍ଥ; ପ୍ରଭାବଶାଳୀ ଧନୀ ନେତା କହୁଛନ୍ତି, ସେ ରକ୍ତ କର୍କଟରେ ଆକ୍ରାନ୍ତ: ରିପୋର୍ଟ

ନୂଆଦିଲ୍ଲୀ: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଭୀଷଣ ଅସୁସ୍ଥ ଏବଂ ଏକଥା ୟୁକ୍ରେନ୍‌ରେ ଆଲୋଚ୍ୟ ବିଷୟ ପାଲଟିଛି ବୋଲି ଜଣେ ପୂର୍ବତନ ବ୍ରିଟିସ୍‌ ଗୁପ୍ତଚର କହିଛନ୍ତି।

ସେ କହିଛନ୍ତି, ତାଙ୍କର ଅସୁସ୍ଥତା କ’ଣ ଠିକ୍‌ ଜଣାପଡ଼ି ନାହିଁ। ତାଙ୍କର ଅସୁସ୍ଥତା ଦୁରାରୋଗ୍ୟ କି, ଘାତକ କିଂବା ଆଉ କିଛି ତାହା ମଧ୍ୟ ଜଣାନାହିଁ। ମୋ ମତରେ ଏହା ସମ୍ପୂର୍ଣ୍ଣ ସତ ହୋଇ ନ ଥିଲେ ବି ନିଶ୍ଚୟ କିଛି ଅସୁବିଧା ହୋଇଛି।

ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ବିଷୟରେ ତଥ୍ୟ ସମ୍ବଳିତ ଆଲେଖ୍ୟ ଲେଖିଥିବା ଏବଂ ୨୦୧୬ ଯୁକ୍ତରାଷ୍ଟ୍ର ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ରୁଷ୍‌ ହସ୍ତକ୍ଷେପ କରିଛି ବୋଲି ଅଭିଯୋଗ କରିଥିବା ପ୍ରାକ୍ତନ ଗୁପ୍ତଚର କ୍ରିଷ୍ଟୋଫର୍‌ ଷ୍ଟିଲି ‘ସ୍କାଏ ନିଉଜ୍‌’କୁ କହିଛନ୍ତି: ଆମେ ରୁଷ୍‌ ଏବଂ ଅନ୍ୟସୂତ୍ରରୁ ପାଉଥିବା ସୂଚନା ଅନୁସାରେ, ପ୍ରକୃତରେ ପୁଟିନ୍‌ ଭୀଷଣ ଅସୁସ୍ଥ ହୋଇପଡ଼ିଛନ୍ତି।

ଏହା ବ୍ୟତିରେକେ, ପୁଟିନ୍‌ଙ୍କ ସହ ନିବିଡ଼ ସମ୍ପର୍କ ଥିବା ଜଣେ ଅଜ୍ଞାତ ବିତ୍ତଶାଳୀ ଓ ପ୍ରଭାବଶାଳୀ ରାଜନେତା ମଧ୍ୟ କହିଛନ୍ତି ଯେ, ରକ୍ତ କର୍କଟ ରୋଗ ଯୋଗୁଁ ପୁଟିନ୍‌ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୟୁକ୍ରେନ୍‌ ଆକ୍ରମଣ କରିବା ପାଇଁ ଆଦେଶ ଦେବାର କିଛି ଦିନ ପୂର୍ବରୁ ରକ୍ତ କର୍କଟ ରୋଗ ଚିକିତ୍ସା ନିମନ୍ତେ ପୁଟିନ୍‌ଙ୍କ ପିଠିରେ ଅସ୍ତ୍ରୋପଚାର କରାଯାଇଥିଲା।

ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭରୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କଳ୍ପନାଜଳ୍ପନା ଚାଲିଥିବା ବେଳେ ଗତ ସପ୍ତାହରେ ବିଜୟ ଦିବସ ପାଳନ କାର୍ଯ୍ୟକ୍ରମରେ ସ‌େ ଖୁବ୍‌ ଦୁର୍ବଳ ଦିଶୁଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ